ଆଗରପଡ଼ା :ବନ୍ତ ବ୍ଲକ ରାମପୁର ପଂଚାୟତ କୁଣ୍ଡୁଳା ସ୍ଥିତ ଶଶିଭୂଷଣ ନବକିଶୋର ସରକାରୀ ଉପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଶରତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରାକ୍ତନ ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ନିଗମାନନ୍ଦ ମିଶ୍ର, ମୁଖ୍ୟବକ୍ତା ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଧୀର ରାଉତ, ସମ୍ମାନୀତ ଅତିଥି ବିଦ୍ୟାଳୟ ପ୍ରତିଷ୍ଠାତା ପିତାମ୍ବର ବେହୁରିଆ, ଶ୍ରୀଧର ପୃଷ୍ଟି, ଚାରିତିରା କାଜିପୋଖରୀ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ତପସ୍ୱିନୀ ପହି,ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ ମଲ୍ଲିକ, ସମାଜସେବୀ ପ୍ରତାପ ବେହୁରିଆ, ଦାଶିରଥୀ ମୁଦୁଲି, ପରିଚାଳନା କମିଟି ସଭାପତି ମାଧବାନନ୍ଦ ସାହୁ, ବନ୍ତ ବ୍ଲକ ଶିକ୍ଷକ ସଂଘ ସଭାପତି ସୁକାନ୍ତ ବେହେରା, ଶିକ୍ଷକ ନେତା ସନାତନ ଦାସ, ନରେନ୍ଦ୍ର ସାହୁ, ପ୍ରାକ୍ତନ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ପର୍ଶୁରାମ ନାୟକ, କରୁଣାକର ନାୟକ, ବାଲୁକେଶ୍ୱର ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନିରୁଦ୍ଧ ମଙ୍ଗଳ ପ୍ରମୁଖ ଅତିଥି ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଶିକ୍ଷକ ରଜନୀକାନ୍ତ ମହାନ୍ତି ଅତିଥି ପରିଚୟ, ମମତା ରାଉତ ବାର୍ଷିକ ବିବରଣୀ ପଠନ ଏବଂ ଗଦାଧର ମହାପାତ୍ର ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ । ବାର୍ଷିକ କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଚଳିତ ଶିକ୍ଷାବର୍ଷରେ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଅଙ୍କିତା ମୁଦୁଲି ବୃତ୍ତି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଥିବାରୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଶୋକ ଦାସ, ଅଜୟ ଜେନା, ସୁଧୀର କୁମାର ସାହୁ, ନିରଞ୍ଜନ ଭଞ୍ଜ, ମନୋରଞ୍ଜନ ମଲ୍ଲିକ, ବିଶ୍ୱନାଥ ନାୟକ,ନୀଳାମ୍ବର ଦାସ, ପ୍ରକାଶ ଜେନା, ଦେବବ୍ରତ ପାଢ଼ୀ, ମୁକୁନ୍ଦ ପ୍ରସାଦ ଜେନା,ବିଷ୍ଣୁ ମୋହନ ପରିଡା,ସମସ୍ତ କାର୍ଯ୍ୟକ୍ରମକୁ ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
