Onn 3

ଯାଜପୁର ରୋଡ ସୋନ୍‌କୋ ଜୁଏଲରୀ ଡକାୟତି ଘଟଣା: ବିହାରରୁ ଜଣେ ଡକାୟତ ଗିରଫ

Crime State

ଯାଜପୁର : ଯାଜପୁର ରୋଡ ସୋନ୍‌କୋ ଜୁଏଲରୀ ଡକାୟତି ଘଟଣାରେ ପୋଲିସକୁ ସଫଳତା। ବିହାରରୁ ଜଣେ ଡକାୟତକୁ ଗିରଫ କଲା ପୋଲିସ। ଗିରଫ ଡକାୟତ ବିହାର ବୈଶାଳୀ ଜିଲ୍ଲାର ରୂପେଶ କୁମାର ବୋଲି ଯାଜପୁର ଏସପି ଭିନିତ ଅଗ୍ରୱାଲ କହିଛନ୍ତି। ମେ ୧୫ତାରିଖରେ ୬ଜଣ ସଶସ୍ତ୍ର ଡକାୟତ ଯାଜପୁର ରୋଡସ୍ଥିତ ସେନକୋ ସୁନା ଏବଂ ହୀରା ଗହଣା ଦୋକାନରୁ ସୁନା, ରୂପା ଏବଂ ହୀରା ଅଳଙ୍କାର ଲୁଟ କରିଥିଲେ।

ଡକାୟତି କରିବା ପରେ ୩ଟି ମୋଟର ସାଇକେଲରେ ଘଟଣାସ୍ଥଳରୁ ଖସି ଯାଇଥିଲେ। ଏହାର ତଦନ୍ତ ପାଇଁ ପୋଲିସ ଏକାଧିକ ଟିମ୍‌ ଗଠନ କରି ଛାନବିନ କରିଥିଲା। ସିସିଟିଭି ଫୁଟେଜ୍‌ ଓ ଘଟଣାସ୍ଥଳରୁ ପ୍ରମାଣ ଆଧାରରେ ତଦନ୍ତ କରିଥିଲା।

ଡକାୟତ ପରେ ୬ଜଣ ଅଭିଯୁକ୍ତ ବିଭିନ୍ନ ସ୍ଥାନକୁ ଖସି ଯାଇଥିଲେ। ଅନ୍ୟ ଚାରି ଜଣ ମୋଟର ସାଇକେଲରେ ଚୋରି ଅଳଙ୍କାରକୁ ନେଇ ବାଲେଶ୍ୱର ଆଡ଼କୁ ଚାଲି ଯାଇଥିଲେ। ଏହି ଢକାୟତିରେ ୮ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଲୁଟର ଦିନକ ପୂର୍ବରୁ ଅଭିଯୁକ୍ତ ରୁପେଶ କୁମାର ଅନ୍ୟ ଜଣଙ୍କ ସହ ଆସି ବାଲେଶ୍ୱରରେ ରହିଥିଲେ। ଅପରାଧ ଘଟାଇବା ଲୁଟ ଅଳଙ୍କାରକୁ କାରରେ ନେଇ ପଳାଇ ଯାଇଥିଲେ।