Onn 3

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ, ୩.୨ ତୀବ୍ରତା

National & International

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଆଜି ସକାଳେ ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପର ତୀବ୍ରତା ୩.୨ ରହିଥିଲା । ଏହା ଭୂପୃଷ୍ଠରୁ ୩୩ କିମି ଭିତରେ କେନ୍ଦ୍ରୀଭୂତ ହୋଇଥିଲା । ତେବେ ଧନଜୀବନ କିଛି ହାନି ହୋଇନଥିବା ଖବର ମିଳିଛି । ସକାଳ ୬ଟା ୩୪ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

NCS  ଟ୍ବିଟ୍‌ କରି ଭୂମିକମ୍ପର  ତୀବ୍ରତା ବିଷୟରେ ଜଣାଇଛି ।ଏହା ପୂର୍ବରୁ ଶୁକ୍ରବାର ଦିନ ଅରୁଣାଚଳ ପ୍ରଦେଶର କିଛି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । NCS  ଟ୍ବିଟ୍‌ କରିଥିବା ରିପୋର୍ଟ ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିମି ରହିଥିଲା ।