Onn 3

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟେଲି ଅଭିନେତ୍ରୀ ସ୍ନେହଲ ରାୟ

National & International

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ସ୍ନେହଲ ରାୟଙ୍କ କାର ଦୁର୍ଘଟଣାଗ୍ରସ୍ତ । ଅଭିନେତ୍ରୀ ଆହତ ହୋଇଛନ୍ତି । ଅଭିନେତ୍ରୀ ଜଣକ ପୁନେ ଯାଉଥିବା ବେଳେ ଦୁଘର୍ଟଣା ହୋଇଛି। ତାଙ୍କ କାରକୁ ଏକ ଟ୍ରକ ଧକ୍କା ମାରିଛି । ଏହି ଦୁର୍ଘଟଣାରେ ତାଙ୍କ କାର ନଷ୍ଟ ହୋଇଯାଇଛି । ତାଙ୍କ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଅଭିନେତ୍ରୀଙ୍କ ଜୀବନ ବଞ୍ଚିଯାଇଛି ।

ଖବର ମୁତାବକ, ଅଭିନେତ୍ରୀ ଜଣକ କାରରେ ପୁନେ ଯାଉଥିବା ବେଳେ ପଛପଟୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାର୍‌ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଅଭିନେତ୍ରୀ ଅଳ୍ପ ଆହତ ହୋଇଛନ୍ତି । ଡ୍ରାଇଭରଙ୍କ ଉପସ୍ଥିତି  ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଛନ୍ତି ଅଭିନେତ୍ରୀ । ଅଭିନେତ୍ରୀ ଜଣକ ଏହି ମାମଲାରେ ଟ୍ରକ ଡ୍ରାଇଭରକୁ ତାଗିଦ୍‌ କରିଥିବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା ।

ପରେ ଅଭିନେତ୍ରୀ ଜଣକ ନିକଟସ୍ଥ ପୋଲିସ ଷ୍ଟେସରେ ଅଭିଯୋଗ କରିଥିଲେ । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍‌ଚି ମାମଲାର ଯାଞ୍ଚ କରୁଛି । ଏହାପରେ ଅଭିନେତ୍ରୀ ଜଣକ କହିଛନ୍ତି, ମୋ ଡ୍ରାଇଭର ମୋ ଜୀବନ ବଞ୍ଚାଇଛନ୍ତି । ସେଥିପାଇଁ ତାଙ୍କୁ ଧନ୍ୟବାଦ । ସ୍ନେହଲ ଲୋକପ୍ରିୟ ଶୋ ‘ଇସ୍କ କା ରଙ୍ଗ ସଫେଦ’ରେ ନଜର ଆସୁଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ‘ସାରାଭାଇ ଭର୍ସେସ ସାରାଭାଇ’ ଫେମ୍ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ପରଲୋକ ହୋଇଥିଲା । ବୈଭବୀଙ୍କର ନିର୍ବନ୍ଧ ସରିଥିବା ବେଳେ ବିବାହ ପୂର୍ବରୁ ସେ ନିଜ ଭାବୀ ସ୍ୱାମୀଙ୍କ ସହ ହିମାଚଳ ପ୍ରଦେଶର କୁଲୁ ବୁଲିବାକୁ ଯାଇଥିଲେ। କିନ୍ତୁ ଏକ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡିଟି ଖାଇକୁ ଖସିପଡିବାରୁ ଘଟଣାସ୍ଥଳରେ ହିଁ ବୈଭବୀଙ୍କ ମୃତ୍ୟୁ ଘଟିଥିଲା।

ବୈଭବୀ ଗାଡିର କାଚ୍‌ ଭାଙ୍ଗି ବାହାରକୁ ଆସିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ସେହି ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଗଲା। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବୈଭବୀ ସିଟ୍‌ ବେଲ୍ଟ ନ ପିନ୍ଧି ଥିବାରୁ ତାଙ୍କୁ ଅଧିକ ଆଘାତ ଲାଗିଥିଲା।