Onn 3

ରେଳ ଦୁର୍ଘଟଣାରେ ଦିଆଗଲାଣି ୨୪କୋଟି କ୍ଷତିପୂରଣ

State

ଭୁବନେଶ୍ବର : ବାଲେଶ୍ବର ବାହାନଗାଠାରେ ହୋଇଥିବା ରେଳ ଦୁର୍ଘଟଣାରେ ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିବା ଅନୁକମ୍ପା ସହାୟତା ରାଶି ପ୍ରଦାନ ଜାରି ରହିଛି। ଭୁବନେଶ୍ବରକୁ ଆସିଥିବା ମୃତଦେହ ମଧ୍ୟରୁ ବର୍ତ୍ତମାନସୁଦ୍ଧା ୧୦୭ଜଣଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି।

ଏଥିରେ ବିହାରର ୪୮, ପଶ୍ଚିମବଙ୍ଗ ୪୭, ଓଡ଼ିଶା ୫, ଝାରଖଣ୍ଡ ୬ ଓ ନେପାଳର ଜଣେ ମୃତକଙ୍କ ସଂପର୍କୀୟଙ୍କୁ ଏହି ରାଶି ପ୍ରଦାନ କରାଯାଇଛି। ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କୁ ୧୦ଲକ୍ଷ ଟଙ୍କାର, ଗୁରୁତର ଆହତଙ୍କୁ ୨ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ଘୋଷଣା ହୋଇଥିଲା। ସମୁଦାୟ ଭାବେ ୧୮୯ ମୃତକ, ୧୬୦ ଗୁରୁତର ଆହତ ଓ ୩୫୭ଜଣ ସାମାନ୍ୟ ଆହତଙ୍କୁ ଏ ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଗଲାଣି। ଏ ବାବଦରେ ମୋଟ ୨୩.୮୯ କୋଟି ପ୍ରଦାନ କରାଯାଇଛି। ଅପରପକ୍ଷରେ ଦକ୍ଷିଣ-ପୂର୍ବ, ପୂର୍ବତଟ ଓ ଅନ୍ୟ ରେଳବାଇ ଜୋନ୍‌କୁ ମିଶାଇ ୨୦୧ ମୃତକ, ୩୭୪ ସାମାନ୍ୟ ଆହତ, ୧୬୦ ଗୁରୁତର ଆହତଙ୍କୁ ମିଶାଇ ମୋଟ ୭୩୫ଜଣ କ୍ଷତିପୂରଣ ପାଇଛନ୍ତି। ଏ ବାଦରେ ୨୫.୧୭ କୋଟି ଟଙ୍କା ପ୍ରଦାନ କରାଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି।