Onn 3

ମୁକ୍ତା ଯୋଜନାକୁ ନେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସାମ୍ବାଦିକ ସମ୍ମିଳନୀ

State

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ଏବଂ କାଶୀ ନଗର ଏନ ଏସିରେ ମୁକ୍ତା ଯୋଜନା ସମ୍ପର୍କିତ ସମୀକ୍ଷା ଭିଡିଓ କନଫେରାନ୍ସ ମାଧ୍ୟମରେ 5 T ସଚିବ ଭି କେ ପାଣ୍ଡିଆନଙ୍କ ଦ୍ବାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିଲେ।ଏହା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମ ପୁର ସାଂସଦ ଶ୍ରୀ ସାହୁ ସୂଚନା ଦେଇ କହିଛନ୍ତି ଯେ ମୁଖ୍ୟ ମନ୍ତ୍ରୀ ଙ୍କୁ ମୁକ୍ତା ଯୋଜନାରେ ଗଜପତି ର ଉଭୟ ସହରାଞ୍ଚଳର ବିକାଶ ପାଇଁ ପାଖାପାଖି 7 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି।

ଆଗାମୀ ଦିନରେ ଅନୁମୋଦନ ହୋଇ ଉଭୟ ସହରାଞ୍ଚଳ ବାସୀ ଖୁସି ଖବର ପାଇବେ।ଫଳରେ ଉଭୟ ସହରର ବିଭିନ୍ନ ସାମୁହିକ ବିକାଶ ସହ ଭିତ୍ତିଭୂମି ଷ୍ଟ୍ରି ଟ ଲାଇଟ ଡ୍ରେନେଜ ବ୍ୟବସ୍ଥା ଚଲାପଥ ଭେଣ୍ଡିଙ୍ଗ ଯୋନ ଆଦି କରାଯିବ ଏହା ସହ ଗଜପତି ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିଭିନ୍ନ ମଠ ମନ୍ଦିର ଆଦି ସାମୁହିକ କାର୍ଯ୍ୟ ପାଇଁ 18 କୋଟି ଟଙ୍କା ରୁ ଅଧିକ ଅନୁମୋଦନ କରିସାରିଛନ୍ତି।ଆଗାମୀ ଦିନରେ ବିକାଶ ନିମନ୍ତେ ଅଧିକ ଟଙ୍କା ଅନୁମୋଦନ ପାଇଁ 5 T ସଚିବ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।