Onn 3

ଅଖିଳ ଭାରତ ହିନ୍ଦୁ ମହାସଭାର ଜିଲ୍ଲା ସମ୍ମିଳନୀ ଓ ଆଲୋଚନା ଚକ୍ର

State

ବାରିପଦା: ଅଖିଳ ଭାରତ ହିନ୍ଦୁ ମହାସଭାର ଜିଲ୍ଲା ସମ୍ମିଳନୀ ଓ ଆଲୋଚନା ଚକ୍ର ସ୍ଥାନୀୟ କଲ୍ୟାଣୀ ମହିଳା ସମିତି ସଭାଗୃହରେ ରାଜ୍ୟ ବ୍ରାହ୍ମଣ ମହାସଭା ମୟୂରଭଞ୍ଜ ଶାଖାର ସଭାପତି ଡା. ମହାଦେବ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ମନ୍ତ୍ରୀ ତଥା ରାଜ୍ୟ ଉପାଧ୍ୟକ୍ଷ ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ରାଜ୍ୟ ବ୍ରାହ୍ମଣ ମହାସଭାର ମୟୂରଭଞ୍ଜ ଶାଖାର ସାଧାରଣ ସମ୍ପାଦକ ଭାଗବତ ପଣ୍ଡା ମୁଖ୍ୟ ବକ୍ତା ଓ ପ୍ରମେୟ ସମ୍ବାଦ ପତ୍ରର ଜିଲ୍ଲା ପ୍ରତିନିଧି ତଥା ବିଶିଷ୍ଟ ସାମ୍ବାଦିକ ସଂଜୟ କୁମାର ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିତି ଶ୍ରୀ ମହାପାତ୍ର ଅଖିଳ ଭାରତ ହିନ୍ଦୁ ମହାସଭାର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୁତ ସଚୂନା ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଶ୍ରୀ ଚୌଧୁରୀ ସାମ୍ପ୍ରତିକ ସମୟରେ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ୍ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ମଠ ମନ୍ଦିର ତଥା ଗୋ-ମାତାଙ୍କର ସୁରକ୍ଷା ନିମିତ ସମସ୍ତେ ଯତ୍ନଶୀଳ ହେବାକୁ କହିବା ସହିତ ସମସ୍ତେ ସ୍ୱାର୍ଥ ପରିତ୍ୟାଗ ପୂର୍ବକ ବିଶ୍ୱହିତ ନିମିତ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ରାହ୍ମଣ ମହାସଭାର ବରିଷ୍ଠ ସଭ୍ୟ ହୃଦାନନ୍ଦ ଆଚାର୍ଯ୍ୟ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସଭାପତି ଡା. ଦାଶ ତାଙ୍କ ଅଭିଭାଷଣରେ ବ୍ରାହ୍ମଣ ତଥା ସମସ୍ତ ହିନ୍ଦୁ ସମାଜ ଏକାଠି ହୋଇ ଭାରତ ବର୍ଷର ସଂସ୍କୃତି, ସଭ୍ୟତା, ତଥା ପରମ୍ପାରକୁ ବଜାୟ ରଖିବା ପାଇଁ ଯତ୍ନ ବାନ ହୋବକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ହିନ୍ଦୁ ମହାସଭାର ଜିଲ୍ଲା ସ୍ତରୀୟ କର୍ମକତା ମନୋନୟନ କରାଯାଇଥିଲା । ସଭାପତି ଭାବେ ଡା.ମହାଦେବ ଦାଶ ମନୋନୀତ ହୋଇଥିବା ବେଳେ, ଉପ-ସଭାପତି ଭାବେ ସନ୍ଧ୍ୟାରାଣୀ ପଣ୍ଡା, ସାଧାରଣ ସମ୍ପାଦକ ଭାବେ ଭାଗବତ ପଣ୍ଡା ଓ କୋଷାଧ୍ୟକ୍ଷ ଭାବେ ଦୋଳଗୋବିନ୍ଦ ଦାଶଙ୍କୁ ମନୋନୀତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅଚ୍ୟୁତ ପ୍ରସାଦ ମହାପାତ୍ର, ନରୋତମ ପାଣିଗ୍ରାହି, ଅଶ୍ୱିନୀ କୁମାର ପଣ୍ଡା, ସଞ୍ଜୟ କୁମାର ଚୌଧୁରୀ, ସୁରେଶ କୁମାର ପାଣିଗ୍ରାହୀ ପ୍ରମୁଖଙ୍କୁ କାର୍ଯ୍ୟକାରୀ ସମିତିର ସଭ୍ୟ ଭାବେ ମନୋନୀତ କରାଯାଇଥିଲା । ପରିଶେଷରେ ସମ୍ପାଦକ ଭାଗବତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ବାହାନଗା ଠାରେ ହୋଇଥିବା ରେଳବ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।