Photo Of Alamanga School Annual Function

ଆଳମଙ୍ଗା ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

State

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂ ଆଂଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଆଳମଙ୍ଗା ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସୂର୍ଯ୍ୟମଣି ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା, ମୁଖ୍ୟ ବକ୍ତା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଭାସ୍କର ଚନ୍ଦ୍ର ପାଢ଼ୀ, ସମ୍ମାନିତ ବକ୍ତା ଶିକ୍ଷକପ୍ରଶିକ୍ଷକ ପ୍ରଫୁଲ୍ଲ କୁମାର ଗୋଚ୍ଛାୟତ, ସାଧନ କେନ୍ଦ୍ର ସଂଯୋଜକ ଯଶିପୁର ଭାସ୍କର ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ ପଣ୍ଡା, ଭାଗିରଥି ପାତ୍ର, ସୁନାଗଢ଼ିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ନାରାୟଣ ଜେନା, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ପ୍ରାକ୍ତନ ସରପଂଚ ପ୍ରଶାନ୍ତ ସାମଲ, ପଂଚାୟତ ଶିକ୍ଷା କମିଟି ସଭ୍ୟ ପ୍ରଭାତ ସେନାପତି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବନମାଳୀ ଜେନା, ମୋ ସ୍କୁଲ ଅଭିଯାନ ସଭାପତି ରମେଶ ଚନ୍ଦ୍ର ପାଇକରାୟ, ୱାର୍ଡ଼ ସଭ୍ୟା ଲକ୍ଷ୍ମୀ ହେମ୍ରମ ପ୍ରମୁଖ ଅତିଥି ଯୋଗ ଦେଇଥିଲେ । ବିଦ୍ୟାଳୟ ବାର୍ଷିକ କ୍ରୀଡ଼ାରେ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ । ବିଶିଷ୍ଟ ନାଟ୍ୟକାର ସ୍ୱର୍ଗତ ଉମାକାନ୍ତ ବେହେରାଙ୍କ ସ୍ମୁତି ସଂସଦ ପକ୍ଷରୁ ଶ୍ରେଷ୍ଠ ଛାତ୍ରଛାତ୍ରୀ ଦୁଇଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଯମୁନା ହାଁସଦା, ଶୀର୍ଷାନନ୍ଦ ରାଉତଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମ କର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।