Onn 3

ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଲାଗିଲା ନିଆଁ

State

ବ୍ରହ୍ମପୁର : ମନରୁ ବାଲେଶ୍ୱର ବାହାନଗା ଷ୍ଟେସନରେ ଟ୍ରେନ ଦୁର୍ଘଟଣା ଲିଭି ନଥିବା ବେଳେ ଆଉ ଏକ ଟ୍ରେନ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିଯାଇଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ବାହାରୁଥିବାରୁ ଯାତ୍ରୀ ଭୟଭୀତ ହୋଇ ଓହ୍ଲାଇ ପଡ଼ିଛନ୍ତି।

ବ୍ରହ୍ମପୁର ଷ୍ଟେସନରେ ଧୂଆଁ ବାହାରୁଥିବାରୁ ଯାତ୍ରୀମାନେ ଦେଖିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଯଦି ରାତି ଅଧରେ ଏପରି ଅଘଟଣ କରିଥିଲେ କ’ଣ କରିଥାନ୍ତେ ବୋଲି ଯାତ୍ରୀମାନେ ପ୍ରଶ୍ନ କରିଛନ୍ତି।