ଓଡ଼ିଆ ପକ୍ଷ ପାଳନ ଅବସରରେ ଷଷ୍ଠ ଦିବସରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକ ସ୍ୱଛତା ଅଭିଯାନ

ରାଜ୍ୟ

ବାରିପଦା – ଜିଲ୍ଲା ପ୍ରଶାସନ ତରଫରୁ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଷଷ୍ଠ ଦିବସରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ସ୍ୱଛତା ଅଭିଯାନରେ ଆଜି ବାରିପଦା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର, ବଡ଼ସାହି ବ୍ଲକର ପ୍ରସିଦ୍ଧ କଖାରୁଆ ବୈଦ୍ୟନାଥ ଶିବ ମନ୍ଦିର, ଐତିହ୍ୟ ସ୍ଥଳୀ ହରିପୁର ଗଡ଼ ପରିସରକୁ ଜିଲ୍ଲା ଦେବତ୍ତର ବିଭାଗ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧିକାରୀ, କର୍ମଚାରୀ ଓ ସାଧାରଣ ଜନତାଙ୍କ ସହଯୋଗରେ ପରିଷ୍କାର ପରିଚ୍ଛନ୍ନ କରାଯାଇଛି । ସମ୍ପୃକ୍ତ ଅଂଚଳର ଲୋକମାନେ ସ୍ଵଇଛାରେ ଆଧ୍ୟାତ୍ମିକ ମନଭାବ ନେଇ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏବଂ ନିଜ ଅଂଚଳର ଦେବାଳୟ ଓ ଐତିହ୍ୟ ଗୁଡିକୁ ସୁରକ୍ଷା ପାଇଁ ଲୋକମାନଙ୍କ ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା । ଜିଲ୍ଲା ଦେବତ୍ତର ବିଭାଗର ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ସୁଧୀର କୁମାର ମଲ୍କିକ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ତତ୍ୱାବଧାନରେ ଉକ୍ତ ସଫେଇ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଛି।

ଏହି ଅବସରରେ ଖିଚିଂର ପ୍ରସିଦ୍ଧ ମାଆ କିଚକେଶ୍ବରୀ ମନ୍ଦିର ପରିସର ସ୍ଥାନୀୟ ପ୍ରଶାସନ ପକ୍ଷରୁ କରାଯାଇଥିଲା। ଏତଦ ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ଉପଖଣ୍ଡ ସଦର ମହକୁମା ଓ ବିଭିନ୍ନ ବ୍ଲକରେ ଥିବା ପ୍ରସିଦ୍ଧ ମନ୍ଦିର ଓ ଐତିହ୍ୟ ସ୍ଥଳୀ ଗୁଡିକ ସମ୍ପୃକ୍ତ ଅଂଚଳ ର ଅଧିକାରୀ ମାନଙ୍କ ତତ୍ୱାବଧାନରେ ସଫେଇ କାର୍ଯ୍ୟ ସମ୍ପାଦନ କରାଯାଇଛି।

Shrutilipi ad