6

‘ଗୁପ୍ତ ନୈମିଷାରଣ୍ୟ’ କୁଦାନଗରୀରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର: ମା’ ଦକ୍ଷିଣ କାଳିକାଙ୍କ ଆଶୀର୍ବାଦ ଭିକ୍ଷା କଲେ ଅତିଥି

Odia ରାଜ୍ୟ

କେନ୍ଦ୍ରାପଡା (ବିକାଶ କୁମାର ବେହେରା): କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ପ୍ରସିଦ୍ଧ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ତଥା ରମଣୀୟ ପର୍ଯ୍ୟଟନ ସ୍ଥଳୀ କୁଦାନଗରୀଠାରେ ଏକ ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଗୁପ୍ତ ନୈମିଷାରଣ୍ୟ’ ଭାବେ ଖ୍ୟାତ ଏହି ପବିତ୍ର ପୀଠକୁ ଗତ ଏପ୍ରିଲ ୧ ତାରିଖ ଦିନ ଭାରତର ସୁପ୍ରସିଦ୍ଧ ଭେଷଜ ବିଜ୍ଞାନୀ, ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ପରିଦର୍ଶନ କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

0 1 24

କୁଦାନଗରୀର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣ କାଳିକାଙ୍କ ଦର୍ଶନ ପାଇଁ ଡାକ୍ତର ମହାପାତ୍ରଙ୍କ ସହ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ଥିଲେ। ଏହି ଭ୍ରମଣ ସମୟରେ ତାଙ୍କ ସହିତ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅଶୋକ ଦାଶ ଏବଂ ଖ୍ୟାତିସମ୍ପନ୍ନ କୃଷି ବିଜ୍ଞାନୀ ଶ୍ରୀଯୁକ୍ତ ଗୁରୁପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ କ୍ଷେତ୍ରର ଆଧ୍ୟାତ୍ମିକ ବିଭବକୁ ଅନୁଭବ କରିଥିଲେ।

ଏହି ଅବସରରେ ‘ଦକ୍ଷିଣ କାଳିକା ଉନ୍ନୟନ ପରିଷଦ’ ପକ୍ଷରୁ ଅତିଥିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରିଷଦର କର୍ମକର୍ତ୍ତାମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଅତିଥିମାନେ ମା’ଙ୍କ ଭାବପୂର୍ଣ୍ଣ ଦର୍ଶନ କରିବା ସହିତ ଏହି ପ୍ରାଚୀନ ପୀଠର ଐତିହାସିକ ଗୁରୁତ୍ୱ, ଗୁପ୍ତ ନୈମିଷାରଣ୍ୟର ମହାତ୍ମ୍ୟ ଏବଂ ମନ୍ଦିରର ବିକାଶ ସମ୍ପର୍କରେ ପରିଷଦର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ପୀଠର ପ୍ରାକୃତିକ ଶୋଭା ଏବଂ ଶାନ୍ତ ପରିବେଶ ଅତିଥିମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

 

ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ସଭାପତି ଶ୍ରୀଯୁକ୍ତ ବନବିହାରୀ ପାତ୍ର ଓ ସଂପାଦକ ଶ୍ରୀଯୁକ୍ତ ଗୁରୁଚରଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକର୍ତ୍ତା ବାବାଜୀ ଚୈତନ୍ୟାନନ୍ଦ ବ୍ରହ୍ମଚାରୀ, ଜ୍ଞାନବଲ୍ଲଭ ମହାନ୍ତି, ଜ୍ଞାନରଞ୍ଜନ ପାତ୍ର, ମୁରଲୀଧର ପାତ୍ର, ଅନାମ ଚରଣ ରାଉତ, ରତ୍ନାକର ପାତ୍ର, ଖଗେଶ୍ବର ଦାସ, ହେମନ୍ତ କୁମାର ସାହୁ, ଦୁର୍ଗାଚରଣ ଦଳାଇ, ଧୂଳେଶ୍ବର ଦାସ, ଅନ୍ତର୍ଯ୍ୟାମୀ ସାହୁ, ରବୀନ୍ଦ୍ର ନାଥ ମନ୍ଥନ, ଅଧ୍ୟାପକ ପରିକ୍ଷିତ ନାୟକ, ହରିହର ତ୍ରିପାଠୀ, ବିକାଶ କୁମାର ଜେନା ଏବଂ ଅଶ୍ବିନୀ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ସମାରୋହକୁ ସଫଳ କରିଥିଲେ।

ଏଭଳି ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ପରିଦର୍ଶନ କୁଦାନଗରୀ ପୀଠର ଗାରିମାକୁ ଆହୁରି ବୃଦ୍ଧି କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଖୁସିର ଲହରୀ ଖେଳିଯାଇଛି।