ବାରିପଦା :ସ୍ଥାନୀୟ ସହିଦ ସ୍ମୃତି ଭବନରେ ଉଜ୍ଜୟିନୀ ନାଟ୍ୟଶାଳା, ବାରିପଦା ଆନୁକୂଲ୍ୟରେ ନାଟକ ” ସେମାନେ ବି ମଣିଷ ” ମଞ୍ଚସ୍ଥ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ଓଡିଶା ନାଟ୍ୟ ସଂଘର ମୟୁରଭଞ୍ଜ ଜିଲ୍ଲା ସଂଯୋଜକ ଜ୍ଞାନରଞ୍ଜନ ପଣ୍ଡା, ନାଟ୍ୟକାର ସୋମନାଥ ସାହୁ, ନାଟ୍ୟକାର ଓ ନିର୍ଦ୍ଦେଶକ ଆଶିଷ କୁମାର ବସା, ଅଭିନେତା ଓ ନିର୍ଦ୍ଦେଶକ ଗୋକୁଳ ଚନ୍ଦ୍ର ଦାସ, ଅଭିନେତା ଓ ଶିକ୍ଷାବିତ ଶିବନାରାୟଣ ମିଶ୍ର ଓ ନାଟ୍ୟପ୍ରେମୀ ଅସିତ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ I
ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ତାପସ ପାଢ଼ୀ, କାର୍ଯ୍ୟକାରୀ ସଭାପତି ସମରେନ୍ଦ୍ର ବସା, ଓ କୋଷାଧକ୍ଷ ସରୋଜ ଶତପଥି ଉପସ୍ଥିତ ଥିଲେ I ମହେଶ କୁମାର ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ରବୀନ୍ଦ୍ର ନାଥ ସିଂ, ଜ୍ଞାନେନ୍ଦ୍ର, ଅଭିଜିତ, ମିଲନ, ହିମାଂଶୁ, ପିୟୁଷ ଦିଶା, କାକୋଳି, ରାଜନନ୍ଦିନୀ, ସ୍ରିଷ୍ଟି ପ୍ରମୁଖ ଅଭିନୟ କରିଥିବା ବେଳେ ସହ ନିର୍ଦ୍ଦେଶନାରେ ଧନଞ୍ଜୟ ସାହୁ, ଆଲୋକରେ ଅଙ୍କେତ ଦାସ ଓ ମଞ୍ଚସଜ୍ଜାରେ ନରସିଂହ ବାରିକ ସହଯୋଗ କରିଥିଲେ I ମହାଭାରତର ଶ୍ରୀଖଣ୍ଡୀ ଠାରୁ ଆଜିର ସମାଜରେ ଜଣେ କିନ୍ନର ନିଜର ପରିଚୟ ପାଇଁ କିପରି ସଂଘର୍ଷ କରିଚାଲିଛି ତାହାରି ଉପରେ ପର୍ଯ୍ୟବେଷିତ ନାଟକରେ କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା I
