୧

ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସେବା ସଙ୍କଳ୍ପ ଦିବସ

ରାଜ୍ୟ

(କେନ୍ଦ୍ରାପଡ଼ାରୁ ବିକାଶ ବେହେରାଙ୍କ ରିପୋର୍ଟ) :  ଗରଦପୁର ବ୍ଲକ କୁଦାନଗରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସେବା ସଙ୍କଳ୍ପ ଦିବସ ୨୦୨୬ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ବକ୍ତୃତା ପ୍ରତିଯୋଗିତାରେ ରାଜଲକ୍ଷ୍ମୀ ନାୟକ ପ୍ରଥମ, ସତ୍ୟଜିତ ପାତ୍ର ଦ୍ବିତୀୟ ଓ ସ୍ବର୍ଣ୍ଣଜିତ ଦାସ ତୃତୀୟ ହୋଇଥିବା ବେଳେ ଚିତ୍ରାଙ୍କନରେ ଅର୍ଚ୍ଚିତା ସାହୁ ପ୍ରଥମ, କିଶନ କୁମାର ପାତ୍ର ଦ୍ବିତୀୟ ଓ ମୋନାଲିସା ସୂତାର ତୃତୀୟ ସ୍ଥାନ ଅଧିକାର କରିଥିଲେ |

୨୩

ଏହି ଅବସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନମିତା ମିଶ୍ର ସଭାପତିତ୍ବ କରିଥିଲେ | ମୁଖ୍ୟ ଅତିଥିଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶରତ କୁମାର ମହାନ୍ତି, ସମ୍ମାନିତ ଅତିଥିଭାବେ ପଞ୍ଚସଖା ଶିକ୍ଷାସେତୁର ସଭାପତି ଜ୍ଞାନରଞ୍ଜନ ପାତ୍ର, ସ୍କୁଲ କମିଟି ସଭାପତି ମୂରଲୀଧର ପାତ୍ର, ସିଆରସିସି ରାଜେନ୍ଦ୍ର କୁମାର ଭୋଇ ଯୋଗଦେଇଥିଲେ | ସମଗ୍ର କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର କୁମାର ନାୟକ, ସ୍ବାଗତିକା ବାରିକ, ସସ୍ମିତା ସେଠୀ, ମକରଚନ୍ଦ୍ର ସାହୁ, ବିଭୂତିଭୂଷଣ ଷଡ଼ଙ୍ଗୀ, ରମେଶଚନ୍ଦ୍ର ଦଳାଇ, ସାଗରରଞ୍ଜନ ଦାସ, ଅଶ୍ବିନୀ ମିଶ୍ର ଦମୟନ୍ତି ପାତ୍ର ପ୍ରମୁଖ ପରିଚାଳନା କରିଥିଲେ |

୪