Heat

ଗ୍ରୀଷ୍ମ ପ୍ରବାହ ପାଇଁ ପୂର୍ବାହ୍ନ 11 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ  ହାଟ ବନ୍ଦ ରହିବ : ଜିଲ୍ଲା ପ୍ରଶାସନ 

ରାଜ୍ୟ
ବାରିପଦା, (୦୭/୦୪) : ଗ୍ରୀଷ୍ମ ପ୍ରବାହର ତୀବ୍ରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ ତରଫରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କ୍ରମରେ ଜିଲ୍ଲାର ସମସ୍ତ ଦୈନିକ ଓ ସାପ୍ତାହିକ ହାଟଗୁଡ଼ିକୁ ପୁର୍ବାହ୍ନ ୧୧ଟାରୁ ସଂନ୍ଧ୍ୟା ୪ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଆଦେଶ ଜାରି ହୋଇଛି।
ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ଦ୍ୱାରା ଜାରି ଏହି ଆଦେଶ ତତକ୍ଷଣାତ୍ ପ୍ରଭାବୀ ହେବା ସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବଳବତ୍ତର ରହିବ ବୋଲି କୁହାଯାଇଛି । ଦିନ ମଝିରେ ବଢୁଥିବା ତାପମାତ୍ରା ଓ ତୀବ୍ର ଗରମ ଫଳରେ ହାଟ ଅଞ୍ଚଳରେ ସତର୍କତା ପଦକ୍ଷେପ ସ୍ୱରୂପ ଏପରି ପଦକ୍ଷେପ ନିଆଯାଇଛି ।
ଅଧିକ ଟାଣ ଖରାରେ ହିଟ୍‌ ଷ୍ଟ୍ରୋକ୍‌ ଓ ଡିହାଇଡ୍ରେସନ୍‌ର ରେ ଆକ୍ରାନ୍ତ ହେଉଥିବାରୁ ଜନସାଧାରଣଙ୍କୁ ଅନାବଶ୍ୟକ ଭାବେ ବାହାରକୁ ନଯିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।