Rape of minor

ଚାରି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ନାବାଳକ ଅଟକ

ରାଜ୍ୟ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ ଜଣେ ଚାରିବର୍ଷ ର ଆଦିବାସୀ ଶିଶୁକନ୍ୟା କୁ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ପରିବାର ଲୋକେ l ଶିଶୁକନ୍ୟା ଟି ଘର ସମ୍ମୁଖରେ ଖେଳୁଥିବା ସମୟରେ ଅଭିଯୁକ୍ତ ନାବାଳକ ତାକୁ ଡ଼ାକିନେଇ ପାଖରେ ଏକ ନିଛାଟିଆ ଜାଗାରେ ଦୁଷ୍କର୍ମ କରିଥିଲା l

ପରିବାର ଲୋକେ ଶିଶୁକନ୍ୟା ଜୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତ୍ତି କରିଛନ୍ତି l ବର୍ତ୍ତମାନ ଶିଶୁକନ୍ୟା ର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବାର ସୂଚନା ମିଳିଅଛି l

ଏ ବାବଦରେ ଜାମଦା ଥାନାରେ ପୋକ୍ସ ଆକ୍ଟରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନାବାଳକ କୁ ଥାନାରେ ଅଟକ ରଖଯାଇଅଛି l ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l