Jail 3

ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ସହ ଜୋରିମାନା

ରାଜ୍ୟ

ବାରିପଦା – ତା-29- 10- ଆଜି ଏଜ ନାବାଳିକା ଅପହରଣ ସଂକ୍ରାନ୍ତ ମାମଲାର ବିଚାର କରି ଜିଲ୍ଲା ଓ ଦୌରାଜଜ ସୁଦୀପ୍ତ ଆଚାର୍ଯ୍ୟ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଅଁଳାଗୁଞ୍ଜା  ଗ୍ରାମର ପ୍ରଦୀପ ବେହେରା (47) କୁ ଭାରତୀୟ ନ୍ୟାୟ ସଂହିତା ଧାରା 363 ଅନୁଯାୟୀ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ପାଞ୍ଚ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l

ମାମଲାର ବିବରଣୀରୁ ପ୍ରକାଶ ଯେ ଗତ 1-7-2019 ରିଖ ବିଳମ୍ବିତ ରାତ୍ରୀରେ ଉକ୍ତ ଥାନା ଅଞ୍ଚଳର ଜନୈକ 14 ବର୍ଷ ର ନବାଳିକା କୁ ଅଭିଯୁକ୍ତ ପ୍ରଦୀପ ବେହେରା ଘରେ ଶୋଇଥିବା ସମୟରେ ଅପହରଣ କରିନେଇ ଥିବାର ଥାନାରେ ନବାଳିକା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା l ଏ ବାବଦରେ ବାଙ୍ଗରିପୋଷି ଥାନାରେ କେସ ନମ୍ବର74/ 3-7-2019 ରେ ଏକ ଅପହରଣ ମାମଲା ରୁଜୁ କରିବା ସହ ଅଭିଯୁକ୍ତ  କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକ ପ୍ରମାଣପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରୀ ଅଭିଯୋଗକ ମଧୁସ୍ମିତା ସାହାଣୀ ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦ୍ଧେଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l