Omfed milk hike

ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ପୁଣି ଗ୍ରାହକଙ୍କୁ ମହଙ୍ଗାମାଡ। ପକେଟରେ ପଡ଼ିବ ପ୍ରଭାବ। ଗତକାଲି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଥିବା ବେଳେ ଏବେ ବଢିଲା ଓମଫେଡ୍ କ୍ଷୀର ଦର। ଆସନ୍ତା ୪ ତାରିଖରୁ ଓମଫେଡ୍ କ୍ଷୀର ଦର ବୃଦ୍ଧି କରିବାକୁ ଯାଉଛି। ପ୍ରତି ଲିଟରରେ ୨ରୁ ୪ ଟଙ୍କା ବଢିଛି। ଟୋନଡ୍ ଦୁଗ୍ଧ ଲିଟର ପ୍ରତି ୫୬ ଟଙ୍କାରୁ ବୃଦ୍ଧି ପାଇ ୫୮ ଟଙ୍କା ହୋଇଛି। ୪ରୁ ଦୁଗ୍ଧ ଦର ଓମ୍‌ଫେଡ୍‌ ବୃଦ୍ଧି କରିବ। […]

Read More Text.
Naveen

ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ଅବସରରେ ରାଜ୍ୟର ବିଜେପି ସରକାର ଉପରେ କଡ଼ା ପ୍ରହାର କରିଛନ୍ତି ବିରୋଧୀ ଦଳ ନେତା ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ବୁଧବାର, ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଉଦ୍‌ବୋଧନ ଦେଇ ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନର ରାଜ୍ୟ ସରକାର ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କେବଳ ମିଥ୍ୟା ପ୍ରଚାର କରିବା ଏବଂ ଲୋକଙ୍କ ଟଙ୍କାର […]

Read More Text.
Screenshot 2026 10 02

ପୂଜା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା। ୧୦ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତ ପାଇବେ କ୍ଷତିପୂରଣ। ଲଗାଣ ବର୍ଷା ଓ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ କରାଯିବ। ୧୦ ତାରିଖ ସୁଦ୍ଧା ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ଦଶହରା ପୂର୍ବରୁ ମିଳିବ କ୍ଷତିପୂରଣ ସମସ୍ତ କ୍ଷତିପୂରଣ। ସୂଚନା ଥାଉକି, ୨୬୧ କୋଟି ପ୍ରଥମ ପର୍ଯ୍ୟାୟରେ କ୍ଷତିପୂରଣ ଦିଆଯାଇଛି। ଦକ୍ଷିଣ ଓଡ଼ିଶାକୁ ୨୦ କୋଟି […]

Read More Text.
IMG 20261001 WA0326

ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସରେ ସିକିଲ ସେଲ ରୋଗୀ ପାଇଁ ରକ୍ତଦାନ କଲେ ଅକ୍ଷୟ ମହାନ୍ତି

ବାରିପଦା: “ରକ୍ତଦାନ ଏକ ମହତ୍‌ ଓ ପୁଣ୍ୟ କର୍ମ” ଉକ୍ତିକୁ ଆଧାର କରି ନିୟମିତ ରକ୍ତଦାନ କରିଆସୁଥିବା ଡ଼. ଅକ୍ଷୟ କୁମାର ମହାନ୍ତି ଆଜି ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ଅବସରରେ ଜଣେ ସିକିଲ ସେଲ ରୋଗୀ ପାଇଁ ରକ୍ତଦାନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି I  ବାରିପଦାସ୍ଥିତ ଓଡ଼ିଶା ରକ୍ତ କେନ୍ଦ୍ରରେ ଡା. ମହାନ୍ତି ନିଜର ୪୪ତମ ଥର ପାଇଁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି।ସୂଚନା ଅନୁଯାୟୀ, ଜଣେ ସିକିଲସେଲ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା […]

Read More Text.
IMG 20261001 WA0347

 ବାମନଘାଟି ଉପଖଣ୍ଡରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ–୨୦୨୬ ପାଳିତ

ବାରିପଦା: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ–୨୦୨୬ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୭ ଘଟିକା ସମୟରେ ସ୍ଥାନୀୟ ମହତାବ ଭବନ ଠାରେ ସ୍ୱାସ୍ଥ୍ୟ ସଚେତନତା ଉଦେଶ୍ୟରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ସାମୁହିକ ଯୋଗାସନ କରାଯାଇଥିଲା। ପରେ ପରେ  ” ମା ପାଇଁ ଗଛଟିଏ ” ଅଭିଯାନକୁ ସ୍ମରଣୀୟ ତଥା ଜୀବ […]

Read More Text.
IMG 20261001 WA0336

ମୁଖ୍ୟ ନିର୍ବାଚନ କମିଶନରଙ୍କ ବରଖାସ୍ତ ଓ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବାମ ଦଳର ବିକ୍ଷୋଭ 

ବାରିପଦା: ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର୍) ନାମରେ ଯୋଗ୍ୟ ନାଗରିକଙ୍କ ମତାଧିକାର ବଞ୍ଚିତ ହେବା, ନିର୍ବାଚନ ପ୍ରକ୍ରିୟାର ସ୍ବଚ୍ଛତା, ନିର୍ବାଚନ ଆୟୋଗର ସ୍ଵାଧୀନତା ଓ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ପାରିବା ପଣିଆ ନେଇ ଗମ୍ଭୀର ପ୍ରଶ୍ନ ଉଠିଥିବା ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ସିପିଆଇ ଓ ସିପିଏମ ପକ୍ଷରୁ ମିଳିତ ଭାବେ ବାରିପଦା ବସ୍ ଷ୍ଟାଣ୍ଡ ରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ସାଥୀ ରଘୁନାଥ ପଣ୍ଡା ସଭାପତିତ୍ବରେ ଅନୁଷ୍ଠିତ ହୋଇ […]

Read More Text.
IMG 20261001 WA0371

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବରିଷ୍ଠ ନାଗରିକଙ୍କ ଅନୁଭବ ଓ ଜ୍ଞାନ ସମାଜର ମୂଲ୍ୟବାନ ସମ୍ପଦ: ଭାରତୀ ହାଁସଦା ବାରିପଦା: ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବାରିପଦାସ୍ଥିତ ସହିଦ୍ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି । ଏହି ଅବସରରେ ବାରିପଦା ସହରର ତିନୋଟି ବରିଷ୍ଠ ନାଗରିକ ସଂଘ, ବାରିପଦା ବ୍ଲକ ଏବଂ ବରିଷ୍ଠ ନାଗରିକ ଗୃହରୁ ଯୋଗଦେଇଥିବା ୧୭୦ ଜଣ ବରିଷ୍ଠ ନାଗରିକଙ୍କୁ ପୁଷ୍ପ ଓ ଉପଢୌକନ ପ୍ରଦାନ କରି […]

Read More Text.

ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ମୟୂରଭଞ୍ଜରେ ୪୪ ଦିନିଆ ଅଭିଯାନ

୪୦୪ ଗ୍ରାମ ପଞ୍ଚାୟତରେ ସଚେତନତା, ପଦଯାତ୍ରା, ଶିଶୁ ଶ୍ରମିକ ଉଦ୍ଧାର ଓ ପୁନର୍ବାସ ଉପରେ ଗୁରୁତ୍ୱ ବାରିପଦା: ଶିଶୁ ଶ୍ରମ ପ୍ରଥାର ନିରାକରଣ ତଥା ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା, ସୁରକ୍ଷା ଓ ଏକ ସୁନିଶ୍ଚିତ ଭବିଷ୍ୟତ ସହିତ ଯୋଡ଼ିବା ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ୪୪ ଦିନିଆ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ ଆୟୋଜନ ହେବ। ଆସନ୍ତା ୨ ଅକ୍ଟୋବରରୁ ୧୪ ନଭେମ୍ବର, ଶିଶୁ ଦିବସ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ମୟୂରଭଞ୍ଜ ଜିଲ୍ଲାର ୪୦୪ଟି ଗ୍ରାମ […]

Read More Text.
Bse

ଆସନ୍ତା ଶିକ୍ଷାବର୍ଷରୁ ବଦଳିବ ନବମ ଶ୍ରେଣୀ ପାଠ୍ୟପୁସ୍ତକ

କଟକ : ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ବଦଳିବ ନବମ ଶ୍ରେଣୀର ପାଠ୍ୟପୁସ୍ତକ ।  ଜାତୀୟ ଶିକ୍ଷାନୀତି ୨୦୨୦, ଜାତୀୟ ପାଠ୍ୟଚର୍ଯ୍ୟା ଢାଞ୍ଚା ୨୦୨୩ ଏବଂ ଓଡ଼ିଶା ପାଠ୍ୟଚର୍ଯ୍ୟା ଢାଞ୍ଚା ୨୦୨୫ ସହ ସମନ୍ୱୟ ରଖି ଏହି ପରିବର୍ତ୍ତନ ହେଉଛି ।  ଏନେଇ ଆଜି କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବସିଥିଲା ବିଶେଷଜ୍ଞଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବମ ଶ୍ରେଣୀର ନୂଆ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ପ୍ରସ୍ତୁତି ନେଇ ଆଜି ବୋର୍ଡ କାର୍ଯ୍ୟାଳୟରେ ବିଚାରବିମର୍ଶ ହୋଇଛି ।  ବିଭିନ୍ନ ବିଷୟର […]

Read More Text.
Surya 640x375

ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଖୁବଶୀଘ୍ର ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି । ସରକାରୀ ସ୍ତରରେ ବି ଏନେଇ ସ୍ଥିର ହୋଇନି, ହେଲେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ସବୁବେଳେ ଉଚ୍ଚଶିକ୍ଷା ବିଭାଗ ରହିଛି’’ । ଉଲ୍ଲେଖଯୋଗ୍ୟ, ୨୦୧୮ରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । […]

Read More Text.