ବାରିପଦା: ରାଜ୍ୟ ଇପିଏଫ ପେନସନ ଆସୋସିଏସନ୍ ଡାକରାରେ ମୟୂରଭଞ୍ଜ ଜିଲ୍ଲା ସଂଘ ପକ୍ଷରୁ ନଭେମ୍ବର ୧୬ ଦାବି ଦିବସ ଉପଲକ୍ଷେ ଶତାଧିକ ପେନସନଭୋଗୀ ଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ମୟୂରଭଞ୍ଜ ପରିବହନ କର୍ମଚାରୀ ସଂଘର ସଭାପତି ରଘୁନାଥ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ୍ ର ସଭାପତି ମଦନମୋହନ ଜେନା ସର୍ବନିମ୍ନ ପେନସନ ମାସିକ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା, ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନାରେ ସମସ୍ତ ପେନସନ ରୋଗୀକୁ ସାମିଲ ପାଇଁ ଦୃଢ଼ ଦାବି କରିଥିଲେ।
ଜିଲ୍ଲା ସମ୍ପାଦକ ଗୋପାଳ ଚନ୍ଦ୍ର ଦାସ କ୍ଷୋଭ ପ୍ରକାଶ କରି କହିଛନ୍ତି ସରକାର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସର୍ବନିମ୍ନ ପେନସନ ସମସ୍ତଙ୍କୁ ମିଳିପାରିନାହିଁ। ଏହାକୁ ସମର୍ଥନ ଜଣାଇ ଏଆଇଟିୟୁସି ଜିଲ୍ଲା ସଭାପତି ସାଥୀ ଜଗବନ୍ଧୁ ମିଶ୍ର ଉପସ୍ଥିତ ରହି , ସରକାରଙ୍କ ଦୋମୁହାଁ ନୀତିକୁ ସମାଲୋଚନା କରିବା ସହ ୨୦୧୩ ରେ ହୋସିଆରୀ କମିଟି, ପରବର୍ତ୍ତୀ ଅବସ୍ଥାରେ ଭତୃହରୀ କମିଟି ବର୍ଦ୍ଧିତ ପେନସନ ଦେବାକୁ ସୁପାରିସ କରିଥିଲେ ମଧ୍ୟ ତାକୁ ଶିତଳ ଭଣ୍ଡାରରେ ରଖି ପୁଞ୍ଜିପତି ମାନଙ୍କ ପାଇଁ କାମ କରିବା ଦୁର୍ଭାଗ୍ୟଜନକ। ଏହା ପାଇଁ ଆନ୍ଦୋଳନର ଆବଶ୍ୟକତା ଜରୁରୀ। ଗୋପାଳଚନ୍ଦ୍ର ଦାସ, ମଦନମୋହନ ଜେନା,ମିନତୀ ପାଣିଗ୍ରାହୀ, ଜଗବନ୍ଧୁ ମିଶ୍ର,ଲଖମି ନାରାୟଣ ବେହେରା ମିଳିତ ଭାବେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଇଶ୍ଵର ଚନ୍ଦ୍ର ନାୟକଙ୍କୁ ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମେନକା ଦାଶ, ସଂଯୁକ୍ତା ଗିରି, କେଶ ବତୀ ମହାନ୍ତ, ଦେବେନ୍ଦ୍ର ଗିରି, ଜଗଦୀଶ ପରିଡା,ନବୀନ ମହାନ୍ତ, ଗୋବିନ୍ଦ ବେହେରା, ମହାଦେବ ଦାଶ, ପୂର୍ଣ୍ଣା ନନ୍ଦ ପଣ୍ଡିତ, ଶଙ୍କର ମହାନ୍ତ, କୁଲଦୀପ ନାଏକ,ଅରୁଣ ପାଲ୍, ଚନ୍ଦ୍ରକାନ୍ତ ପରିଡା ପ୍ରମୁଖଙ୍କ ସମେତ ଶତାଧିକ ପେନସନଭୋଗୀ ଉପସ୍ଥିତ ଥିଲେ।
