୨୪

ବିର୍ସା ମୁଣ୍ଡା ଜୟନ୍ତୀ ଓ ‘ଆମେ ଜାଣିବା, ଆମେ ଜିଣିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ
ବାରିପଦା: ସୁଲେଇପାଟ ଏସ୍‌ଏସ୍‌ଡି ବାଳିକା ବିଦ୍ୟାଳୟ ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଉତ୍ସବ ପାଳନ ସହିତ ‘ଆମେ ଜାଣିବା, ଆମେ ଜିଣିବା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବତୀ ମୁଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସୁଲେଇପାଟ ସିଆରସିସି ବସନ୍ତ କୁମାର ଦଳେଇ ଓ ଯରଡା ସିଆରସିସି ଗୌତମ ସାହୁ ଯୋଗଦେଇଥିଲେ।ଏହି ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ, ସଂଘର୍ଷ ଓ ଦେଶ ପାଇଁ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଏଥିସହିତ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜୟୀ ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ଜ୍ଞାନ, ଶିକ୍ଷା, କ୍ରୀଡ଼ା ମନୋଭାବ ଓ ମହାପୁରୁଷଙ୍କ ପ୍ରତି ସମ୍ମାନବୋଧ ବୃଦ୍ଧି କରିବାର ବାର୍ତ୍ତା ଦିଆଯାଇଥିଲା।
ସେହିପରି  ବିଜାତଳା ଏସଏସଡି ବାଳିକା ବିଦ୍ୟାଳୟରେ ବିର୍ସା ମୁଣ୍ଡା ଜୟନ୍ତୀ ସହ ‘ଆମେ ଜାଣିବା, ଆମେ ଜିଣିବା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି l  ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୋଲାମଣି ମାରାଣ୍ଡିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜାତଳା ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ଦିଲ୍ଲୀପ କୁମାର ନନ୍ଦ ଏବଂ ବିଜାତଳା ସରପଞ୍ଚ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଏଥିରେ ବିଜାତଳା ସିଆରସିସି, ବଣକାଟି ସିଆରସିସି, ବିଜାତଳା ବ୍ଲକ୍‌ର ଅବସରପ୍ରାପ୍ତ ଶିକ୍ଷକବୃନ୍ଦ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ଅଭିଭାବକ, ଛାତ୍ରୀଛାତ୍ର, ବିଦ୍ୟାଳୟ ପରିଚାଳନା କମିଟି (SMC)ର ସଭାପତି ଓ ସଦସ୍ୟ, ବିଦ୍ୟାଳୟ ଶିକ୍ଷା କମିଟି ଏବଂ ନିର୍ମାଣ କମିଟିର ସଦସ୍ୟବୃନ୍ଦଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଖେଳକୁଦ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇ ବିଜୟୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ ଅତିଥି, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସକ୍ରିୟ ଉପସ୍ଥିତି ଏବଂ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।