୩

ସୁକାନ୍ତ କିଶୋର ମହାନ୍ତିଙ୍କ ଦ୍ୱାରା ରଚିତ ପୁସ୍ତକ ‘ଲୁଣାଜଳ ମାଛଚାଷର ସମ୍ବଳ ଓ ପରିଚାଳନା’ ଉନ୍ମୋଚିତ

Odia ରାଜ୍ୟ

ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ସାଲେପୁର ସ୍ଥିତ ପିକୋଳ ମନୋହରପୁରର ଜଗନ୍ନାଥ-ଗୋପୀନାଥ କମ୍ୟୁନିଟି ହଲ୍‌ଠାରେ ବିଜ୍ଞାନ ପ୍ରଚାର ସମିତି, ସାଲେପୁର ଶାଖା ପକ୍ଷରୁ ଏକ ସ୍ୱତନ୍ତ୍ର ଅଧିବେଶନ ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବିଶିଷ୍ଟ ଲେଖକ ସୁକାନ୍ତ କିଶୋର ମହାନ୍ତିଙ୍କ ଦ୍ୱାରା ରଚିତ ପୁସ୍ତକ ‘ଲୁଣାଜଳ ମାଛଚାଷର ସମ୍ବଳ ଓ ପରିଚାଳନା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କଟକ ସ୍ଥିତ ଶ୍ରୀମା ପ୍ରକାଶନୀର ପ୍ରକାଶକ ନିମାଇ ଚରଣ ଭୂୟାଁଙ୍କ ଦ୍ୱାରା ପ୍ରକାଶିତ ଏହି ପୁସ୍ତକର ମୁଖବନ୍ଧ ଲେଖିଛନ୍ତି ପ୍ରତିଷ୍ଠିତ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ ମିଶ୍ର।

୨୪
ମେଜର ମଞ୍ଜୁଶ୍ରୀ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ଦରପୁର ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସ୍ୱାତି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଲେପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ପତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୁସ୍ତକଟିର ସାରବତ୍ତା ଉପରେ ଆଲୋକପାତ କରିଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ ପୁସ୍ତକର ଆବଶ୍ୟକତା ସମ୍ପର୍କରେ କହିଥିଲେ ଯେ, ଜ୍ଞାନର ପ୍ରସାର ପାଇଁ ପୁସ୍ତକ ହିଁ ଶ୍ରେଷ୍ଠ ମାଧ୍ୟମ ଏବଂ ଏହି ପୁସ୍ତକଟି ମାଛ ଚାଷ କ୍ଷେତ୍ରରେ ବୈଜ୍ଞାନିକ ଜ୍ଞାନକୌଶଳର ବ୍ୟବହାର କରି ଚାଷୀ ତଥା ଗବେଷକମାନଙ୍କୁ ସମୃଦ୍ଧ କରିବାରେ ବେଶ୍ ସହାୟକ ହେବ।
ଇଞ୍ଜିନିୟର ହରିହର ତ୍ରିପାଠୀ ଏହି କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ପୁସ୍ତକ ସମୀକ୍ଷା କରିଥିଲେ।
ଶେଷରେ ବିଜ୍ଞାନ ପ୍ରଚାର ସମିତିର ସମ୍ପାଦକ ମହେଶ ଚନ୍ଦ୍ର କର ଉପସ୍ଥିତ ସମସ୍ତ ଅତିଥି ଓ ବୁଦ୍ଧିଜୀବୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଓଡ଼ିଆ ନବବର୍ଷର ଶୁଭେଚ୍ଛା ବିନିମୟ କରିବା ସହ ଲେଖକଙ୍କର ଏହି ନିଷ୍ଠାପର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।