IMG 20260414 WA0182

ଏପ୍ରିଲ ୧୬ରୁ ବାରିପଦାରେ ବଳାଙ୍ଗୀ ମହୋତ୍ସବ

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 24ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2026 ଆସନ୍ତା ଏପ୍ରିଲ 16ରୁ 22 ତାରିଖ ପର୍ଯ୍ୟନ୍ତ 7ଦିନ ଧରି  ପାଳିତ ହେବ|
ଏହି ଅବସରରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ବାବା ବୁଢାରାଉଳ ମଠରେ ମହୋତ୍ସବ କମିଟି ତରଫରୁ ବିଧିବଦ୍ଧ ସଂକ୍ରାନ୍ତି ପୂଜା ଅନୁଷ୍ଠିତ ହୋଇ ଯାଇଛି. ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ସଭାପତି ଅଧ୍ୟକ୍ଷ୍ୟ ଅରବିନ୍ଦ ଦାସ, ଉପାଧ୍ୟକ୍ଷ୍ୟ ରାଜୀବ ଲୋଚନ ସେନାପତି, ବରିଷ୍ଠ ସଦସ୍ୟ ମନୋଜ କୁମାର କୁଅଁର, ଡ଼. ଶଶୀଧର ବିଶ୍ୱାଳ, ଭାଗବତ ପଣ୍ଡା,  ଇନ୍ଦୁମତି ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, କୋଷାଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ସଦସ୍ୟ ପିତାମ୍ବର ମଲ୍ଲିକ, ନିରୋଜ ପୋଥାଳ, ପ୍ରାଧ୍ୟାପକ ସୁନୀଲ କୁମାର ନାୟକ,  ସୋମନାଥ ସିଂହ, ମିଥୁନ ବାରିକ, ସନତ କୁମାର ବାରିକ, ଦିଲ୍ଲୀପ ପାତ୍ର,  ଗୋଲୋକ ମହାନ୍ତି, ରଞ୍ଜିତ ପଲେଇ, ବିଜୁ ଜିତ, ରାଜ କିଶୋର ମହାନ୍ତ ପ୍ରମୁଖ ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ଚଳିତ ବର୍ଷ ମେଳା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ହେବ ସେବାବଦରେ ମତାମତ ରଖିଥିଲେ|
ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯିବା ସହ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ମହୋତ୍ସବ ସ୍ଥଳରେ ମୟୁରଭଞ୍ଜ ଐତିହ୍ୟ ନେଇ ଏକ ସ୍ପଟ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ନିଆଯାଇଛି ବୋଲି ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ନାୟକ କହିଛନ୍ତି.