Novel peace prize

ଟ୍ରମ୍ପଙ୍କୁ ଝଟକା, ମାରିଆଙ୍କୁ ମିଳିଲା ନୋବେଲ ଶାନ୍ତି

ଆଜି ଘୋଷଣା ହେଲା ଶାନ୍ତି ନୋବେଲ ପୁରସ୍କାର ବିଜେତା । ଟ୍ରମ୍ପଙ୍କୁ ବଡ଼ ଝଟକା । ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଲାନି ଏହି ପୁରସ୍କାର ।  ଶାନ୍ତି ପୁରସ୍କାର ପାଇଁ ଦାବି କରୁଥିଲେ ଟ୍ରମ୍ପ । କିନ୍ତୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇବେ ଭେନୁଜୁଏଲାର ମାରିଆ କୋରନା ମାଚାଡୋ । ଯାହା ଟ୍ରମ୍ପଙ୍କୁ ବଡ଼ ଝଟକା ଦେଇଛି । ସୂଚନାନୁଯାୟୀ, ଏକଛତ୍ରବାଦରେ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଭେନୁଜୁଏଲାର ମାରିଆଙ୍କ ବିଶେଷ ଅନୁଦାନ ରହିଛି । […]

Read More Text.
Afghanistan

କାବୁଲରେ ଦୂତାବାସ ଖୋଲିବ ଭାରତ: ଜୟଶଙ୍କର

ନୂଆଦିଲ୍ଲୀ : ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକି ଭାରତ ଗସ୍ତରେ ରହିଛନ୍ତି । ଏହି ଗସ୍ତରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ବୈଠକ କରିଛନ୍ତି । ଏହି ବୈଠକ ଆଫଗାନିସ୍ତାନରେ ଅଶରଫ ଗନି ସରକାର ପତ୍ତନର ୪ ବର୍ଷ ପରେ ହୋଇଛି । ଦୀର୍ଘ ୪ ବର୍ଷ ପରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଦୂତାବାସ ଖୋଲିବ ଭାରତ । ଏହାଦ୍ବାରା ଭାରତ-ଆଫଗାନିସ୍ତାନ ସମ୍ବନ୍ଧ ବୃଦ୍ଧି ହେବ । ନୂଆଦିଲ୍ଲୀର ହାଇଦ୍ରାବାଦ […]

Read More Text.
Pakistan air strike

ଭାରତ ଗସ୍ତରେ ତାଲିବାନ ବିଦେଶ ମନ୍ତ୍ରୀ, କାବୁଲ ଉପରେ ଏୟାରଷ୍ଟ୍ରାଇକ୍ କଲା ପାକିସ୍ତାନ

ଆଫଗାନିସ୍ତାନ : ଆଫଗାନିସ୍ତାନର ରାଜଧାନୀ କାବୁଲ ସହିତ ୩ଟି ସହର ଉପରେ ଏୟାରଷ୍ଟ୍ରାଇକ୍ । ତାଲିବାନର ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକି ଭାରତ ଗସ୍ତ କରିଥିବା ବେଳେ ପାକିସ୍ତାନ କାବୁଲ ଉପରେ ଆକ୍ରମଣ କରିଛି । ରିପୋର୍ଟ ଅନୁସାରେ, ଅବଦୁଲ୍ ହକ୍ ଛକ ନିକଟରେ ଏହି ବିସ୍ଫୋରଣ ହୋଇଛି । ଏହି ଆକ୍ରମଣ ପରେ ଅବଦୁଲ ହକ୍ ଛକକୁ ବନ୍ଦ କରିଦିଆଯାଇଛି । ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସୁରକ୍ଷା ବାହିନୀ ପକ୍ଷରୁ ଯାଞ୍ଚ […]

Read More Text.
Ayodhya

ଅଯୋଧ୍ୟାରେ ବାଣ ବିସ୍ଫୋରଣ : ୮ ମୃତ

ଅଯୋଧ୍ୟା : ଅଯୋଧ୍ୟାର ଭଦରସା-ଭରତକୁଣ୍ଡ ନଗର ପଞ୍ଚାୟତରେ ବଡ଼ ଅଘଟଣ ଘଟିଛି । ଅଯୋଧ୍ୟାର ମହାରାଣା ପ୍ରତାପ ବାର୍ଡ ସ୍ଥିତ ପଗଲାଭାରୀ ଗାଁରେ ଗୁରୁବାର ସନ୍ଧ୍ୟାରେ ଭୀଷଣ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣ ଶିଶୁଙ୍କ ସମେତ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ବାଣ ବିସ୍ଫୋରଣ ଯୋଗୁଁ ଏପରି ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପାଇଁ […]

Read More Text.
Amraam

ପାକିସ୍ତାନକୁ ଆମେରିକା ଦେବନି AIM-120 ମିସାଇଲ

ଆମେରିକା : ପାକିସ୍ତାନକୁ ବଡ଼ ଝଟକା ।  ଅତ୍ୟାଧୁନିକ ଏୟାର ଟୁ ଏୟାର ମିସାଇଲ ଦେବନି ଆମେରିକା । ଆମେରିକା ଦୂତାବାସ ପକ୍ଷରୁ ପାକିସ୍ତାନକୁ  ମିସାଇଲ ଦିଆଯିବା ନେଇ କୌଣସି ଯୋଜନା ନଥିବା ସ୍ପଷ୍ଟ କରାଯାଇଛି ।  ପାକକୁ AIM ମିସାଇଲ ଦେବା ନେଇ ବୈଦେଶିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା । ସୂଚନାନୁଯାୟୀ,  AIM-120 ମିସାଇଲ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ବିକ୍ରିକୁ ଅନୁମୋଦନ କରିଥିବା ଗଣମାଧ୍ୟମର ରିପୋର୍ଟକୁ ଆମେରିକା ଖଣ୍ଡନ କରିଛି । ପାକିସ୍ତାନକୁ ନୂଆ କ୍ଷେପଣାସ୍ତ୍ର ଦିଆଯିବ ନାହିଁ […]

Read More Text.
Earthquake 1

ଫିଲିପାଇନ୍ସରେ ଭୂମିକମ୍ପ: ତୀବ୍ରତା ୭.୩, ସୁନାମି ଆର୍ଲଟ

ଫିଲିପାଇନ୍ସ: ଶୁକ୍ରବାର ସକାଳେ ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୭.୩ ଥିଲା । କର୍ତ୍ତୃପକ୍ଷ ସୁନାମି ଚେତାବନୀ ଜାରି କରିଛନ୍ତି ଏବଂ ନାଗରିକମାନଙ୍କୁ ପରବର୍ତ୍ତୀ ଝଟକା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ, ଫିଲିପାଇନ୍ସରେ ଏହି ଭୂମିକମ୍ପ ଯୋଗୁଁ କୌଣସି ମୃତାହତର ରିପୋର୍ଟ ନାହିଁ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ । ମାଣ୍ଡାନିଓ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇଣ୍ଡୋନେସିଆର ବିଭିନ୍ନ ଅଞ୍ଚଳରେ ବି ସୁନାମୀ […]

Read More Text.
Egg 1068x601

ଓଡ଼ିଶା ହେବ ଅଣ୍ଡା ଉତ୍ପାଦନର ଶକ୍ତି କେନ୍ଦ୍ର: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର: ଭରପୁର ପୋଷଣ ଥିବା ଖାଦ୍ୟ ହେଉଛି ଅଣ୍ଡା । ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ । ସବୁଠାରୁ କମ ମୂଲ୍ୟରେ ମିଳୁଥିବା ଏହି ପ୍ରାଣୀଜ ଖାଦ୍ୟ ହେଉଛି ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟର ଆଧାର ଓ ଗ୍ରାମୀଣ ଅର୍ଥନୀତିର ଉତ୍ସ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ରାଜ୍ୟସ୍ତରୀୟ “ବିଶ୍ଵ ଅଣ୍ଡା ଦିବସ” ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ […]

Read More Text.
Mohan charan majhi 1068x556

ଇ-ଚାଲାଣ ୫୦% କୋହଳ କଲେ ସରକାର

ଭୁବନେଶ୍ବର: ଗାଡ଼ି ଚାଳନା ସମୟରେ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କଟାଯାଉଥିବା ଇ-ଚାଲାଣରେ କୋହଳ କରିଛନ୍ତି ରାଜ୍ୟ ସରକାର। ଇ-ଚାଲାଣରେ ସରକାର ଲାଗୁ କରୁଥିବା ଜରିମାନାରେ ୫୦ ପ୍ରତିଶତ କୋହଳ କରାଯାଇଛି। ଅର୍ଥାତ ଯେତିକି ପରିମାଣର ଇ-ଚାଲାଣ କଟିଛି ତାହାର ଅଧା ଅର୍ଥ ଫାଇନ ବାବଦରେ ଭରିବାକୁ ହେବ। ଯେଉଁ କ୍ଷେତ୍ରରେ ୫୦ ହଜାର ଟଙ୍କା ଫାଇନ କଟାଯାଇଥିବ ସେଠାରେ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ୧୦ ହଜାର ବଦଳରେ ୫ ହଜାର ଏବଂ ୫ ହଜାର […]

Read More Text.
Adminitration 1068x601

ବାଲିଯାତ୍ରା ଉପର ପଡିଆରେ ସ୍ଥାନ ପାଇବ ସାଂସ୍କୃତିକ ଐତିହ୍ୟ

କଟକ: ଆସନ୍ତା ନଭେମ୍ବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଐତିହାସିକ କଟକ ବାଲିଯାତ୍ରା-୨୦୨୫ରେ ଉପର ପଡିଆରେ କଟକ ସାଂସ୍କୃତିକ ଐତିହ୍ୟକୁ ସ୍ଥାନ ଦିଆଯିବ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି। ବିଶେଷକରି କଟକର ପାରମ୍ପରିକ ଖାଦ୍ୟ, ଦହିବରା ଆଳୁଦମ୍‌, ଠୁଙ୍କାପୁରୀ, ରୁପା ତାରକସି, ମାଟିରେ ତିଆରି ସାମଗ୍ରୀ ଓ ପାତ୍ର, ବାଉଁଶରୁ ତିଆରି ସାମଗ୍ରୀ, ଶିଙ୍ଗ କାମ, ଶିଳ, ଚକି ଓ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ସମେତ […]

Read More Text.
Collector 1068x601

ନୂଆପଡା ଉପନିର୍ବାଚନ ପାଇଁ ପୁଲିସ-ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ

ନୂଆପଡା: ଭାରତ ନିର୍ବାଚନ କମିଶନ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହି  ସମୟରେ ନିଜ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ  ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୁଲିସ-ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର […]

Read More Text.