ବାରିପଦା : ଶ୍ରୀ ଯୋଗରଞ୍ଜନ ନାୟକ, ପ୍ରକଳ୍ପ-ପ୍ରଶାସକ, ଆଇଟିଡିଏ କାର୍ୟାଳୟରେ ନୁତନ ଭାବେ ଯୋଗଦାନ କରିଛନ୍ତି ।ତାଙ୍କୁ ପ୍ରାକ୍ତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ, । ବାମନଘାଟି ଆଦିବାସୀ ଅଧୁଷ୍ଟିତ ଅଂଚଳର ବିକାଶ ଓ ଆଦିବାସୀ ମାନଙ୍କର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ନିର୍ବାହନ କରିବାକୁ ପରାମର୍ଶ ଦେଇଥିଲେ ଓ ସବୁ ପ୍ରକାରର ବିକାଶମୂଳକ କାର୍ଯ୍ୟରେ ସବୁବେଳେ ସହଯୋଗ କରିବେ ବୋଲି କହିଥିଲେ । ଏହାପୂର୍ବରୁ ଯୋଗ ରଞ୍ଜନ ନାୟକ ରାଇରଙ୍ଗପୁର ତହସିଲଦାର ଓ ବିଜାତଳା ବିଡିଓ ଭାବରେ ସୁଚାରୁରୂପେ କାର୍ଯ୍ୟ ତୁଲାଇ ଥିଲେ । ଜନସାଧାରଣରେ ଭଲ ସମ୍ପର୍କ ଓ ସମନ୍ବୟ ରଖି କାର୍ଯ୍ୟ ସମ୍ଫାଦନ କରୁଥିଲେ ।