Img 20250128 Wa0146

ସ୍ୱର୍ଗତ ଚୈତନ୍ୟ ପ୍ରସାଦ ମାଝୀଙ୍କ ୬ଷ୍ଠ ତମ ଶ୍ରାଦ୍ଧ ବାର୍ଷିକୀ

State

ବାରିପଦା : ଆଜି ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ଠାରେ ଆଦିବାସୀ ନେତା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଚୈତନ୍ୟ ପ୍ରସାଦ ମାଝୀଙ୍କର ୬ଷ୍ଠ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି । ଆଜିର ଏହି ସ୍ମୃତି ସଭାରେ ପୂର୍ବତନ କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ସଭାପତିତ୍ୱରେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦାଃ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ପ୍ରିୟବ୍ରତ ମାଝୀ, ପୂର୍ବତନ ବିଧାୟକ ରାଜକିଶୋର ଦାଶ, ଶ୍ରୀନାଥ ସରେନ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ. ଦେବାଶିଷ ମାରାଣ୍ଡି, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ-ନଗରପାଳ ସୀମା ଦାସ, ପୂର୍ବତନ ଉପ-ନଗରପାଳ ଜିତେନ୍ଦ୍ର ମହାନ୍ତି, ଦେବୀଦତ୍ତ ଦାସ ପ୍ରମୁଖ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ମାଝୀ ଯେତେବେଳେ ମନ୍ତ୍ରୀ ଥିଲେ ସେ ସମୟରେ ରାଜ୍ୟରେ ଶିକ୍ଷାର ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା । ସେ ଜଣେ ଦୂର ଦୃଷ୍ଟି ସମ୍ପନ୍ନ ରାଜନେତା ଥିଲେ ଏବଂ ତାଙ୍କର ବ୍ୟକ୍ତିତ୍ୱ ବର୍ତ୍ତମାନ ରାଜନୀତିରେ ବିରଳ ବୋଲି ସମସ୍ତେ ମତ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଅମର ସେଠୀ, ମହିଳା ସଭାପତି ଦୀପ୍ତିଲତା ମିଶ୍ର, ଯୁବସଭାପତି ଅରୁଣ ବରାଡ, ଛାତ୍ରସଭାପତି ସୁନୀଲ ନାୟକ, ପ୍ରୀତିନନ୍ଦା କାନୁନ୍‌ଗୋ, କାଉନସିଲର ଅନନ୍ତ ଦାସ, ଦେବାଶିଷ ପାତ୍ର, କୁମାର ମୁଖୀ, ଦିଗବିଜୟ ହାଁସଦା, ସୁକେଶିନୀ ସେଠୀ, ଦୀପ୍ତିଲତା ପଟ୍ଟନାୟକ, ମୁର୍ଚ୍ଚନା ମହାନ୍ତି, ପ୍ରଭାତୀ ପୃଷ୍ଟି, ଗୀତା ସିଂ, ପ୍ରଭାତ ନାୟକ, ପ୍ରଭାତ ମହାନ୍ତି, ସରୋଜ କୁମାର ବୋଷ, କିଶୋର ପାତ୍ର, ଜ୍ଞାନରଂଜନ ଦାସ, ଯଶମିନ ମାଝୀ, ସୁଜିତ ମହାନ୍ତି, ଲଲାଟେନ୍ଦୁ ବେହେରା, ରାଜୀବ ଜେନା, ଶୈଳେନ୍ଦ୍ର ପାତ୍ର, କିଶୋର ପାତ୍ର, ବାରିପଦା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପାର୍ବତୀ ହେମ୍ବ୍ରମ, ମୋହନ ଚରଣ ବେହେରା, ଶ୍ରାବଣୀ ଦାସ, ସବିତା ବେହେରା, ଦିଲ୍ଲୀପ ପାତ୍ର, ଶ୍ରବଣ ଗୋପ, ଚିତ୍ତରଂଜନ ମାହାନା, ନାରାୟଣ ଗୋଚ୍ଛାୟତ, ପୂର୍ଣ୍ଣାନନ୍ଦ ପରିଡା, ବ୍ରଜରଂଜନ ପରିଚ୍ଛା, ପାର୍ଥ ପ୍ରଧାନ, ସରୋଜ ମହାପାତ୍ର, ବୈଦ୍ୟନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସତ୍ୟବ୍ରତ ପରିଡା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।