ଭୁବନେଶ୍ବର ୨୫।୧: ଦାଣ୍ଡରେ ପଡ଼ିଲା ସୁରଙ୍କ ଘର କଳି । ବଡ଼ ଭାଇଙ୍କ ଉପରେ ବର୍ଷିଲେ ସାନ ଭାଇ ମନ୍ମଥ । ନିଜ ଭାଇଙ୍କ ବିରୁଦ୍ଧରେ ବିଶୋଦଗାର କଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । କହିଲେ ସୁର ରାଉତରାୟଙ୍କ ଘରେ ଜଣେ ବ୍ୟକ୍ତି ବାରମ୍ବାର ନବୀନ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ଦିନେ ସେହି ବ୍ୟକ୍ତି ବାରମ୍ବାର ଯାଇକି ନବୀନ ଓ ପାଣ୍ଡିଆନଙ୍କୁ ଦେଖା କରୁଥିଲେ ଶେଷରେ ରିଜେକ୍ଟ ହୋଇଗଲେ ।
ସେହିପରି ସୁର ରାଉତରାୟଙ୍କୁ ନେଇ ବିଜେପିର ବଡ଼ ନେତାଙ୍କୁ ଦିଲ୍ଲୀରେ ଦେଖା କରିଥିଲେ । ସେଠି ବି ରିଜେକ୍ଟ ହୋଇଥିଲେ । ଯଦି ସେ ଓଡ଼ିଶାକୁ ଏତେ ଭଲ ତେବେ ସେ ୧୮ ବର୍ଷ ଆମେରିକାରେ କ’ଣ କରୁଥିଲେ । ଏଠି ମା’-ବାପାଙ୍କୁ ଛାଡ଼ି ସେଠି କ’ଣ କରୁଥିଲେ । ଏଠି ବାପା-ମା’ଙ୍କ ସମ୍ପତିକୁ ବ୍ୟବହାର କରି ସେଠି କ’ଣ କରୁଥିଲେ । କାହିଁକି ତାଙ୍କ ପରିବାର ଆମେରିକାର ପାସ୍ପୋର୍ଟରେ ଅଛନ୍ତି । ଆମେ ତ ଆମ ମାଟିକୁ ଛାଡିନୁ । ଯେହେତୁ କିଛି ପାଇଲେନି ସେଥିପାଇଁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ମୋ ଗୁରୁଙ୍କୁ ସେ ବ୍ୟକ୍ତି ଗାଳି କରୁଛନ୍ତି ତାହା ମୁଁ ସହି ପାରିବିନି । ଯାହା ସେ କହୁଛନ୍ତି ତାକୁ ପ୍ରମାଣ କରି କି ଦେଖାନ୍ତୁ ।
