Mohindra

ଶିମିଳିପାଳ ର ପୋଷାହାତୀ ମହେନ୍ଦ୍ର ର ମୃତ୍ୟୁ

State

ବାରିପଦା: ଅନେକ ଦିନ ରୁ ଶିମିଳିପାଳ କୁ ସୁରକ୍ଷା ଦେଇ ଆସୁଥିବା ପୋଷାହାତୀ ମହେନ୍ଦ୍ରା ର ଗତକାଲି ରବିବାର ରାତ୍ରୀ ପାଖାପାଖି ୧୦ .୩୦ ମିନିଟ ସମୟରେ ମୃତ୍ୟୁ ଘଟିଥିବାର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଶିମିଳିପାଳ ର ଚହଲା କ୍ୟାମ୍ପ ଠାରେ ତାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଅଛି । ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ହୋଇଥିଲା । ତେଣୁ ବାର୍ଦ୍ଧକ୍ୟ ଜନିତ କାରଣରୁ ମହେନ୍ଦ୍ରା ହାତୀ କିଛି ଦିନଧରି ଅସୁସ୍ଥ ଥିଲା । ଗତ ଦୁଇଦିନଧରି ସେ ଠିକଭାବେ ଖାଦ୍ୟ ଗ୍ରହଣ କରିପାରୁନଥିବାରୁ ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀଦଳ ତାର ଚିକିତ୍ସା କରୁଥିଲେ । ପ୍ରକାଶ ଥାଉ କି ୨୦୦୧ ମସିହା ଡିସେମ୍ବର ମାସ ରେ କନ୍ନାଟକ ର ରାଜୀବଗାନ୍ଧି ଜାତୀୟ ଉଦ୍ୟାନ ରୁ ମହେନ୍ଦ୍ରା ଏବଂ ତା ସହିତ ଆଉ ଦୁଇଗୋଟି ମାଇ ହାତୀ ଭବାନୀ ଏବଂ ଶୋଭା କୁ ଶିମିଳିପାଳ କୁ ଅଣାଯାଇଥିଲା । ଶିମିଳିପାଳ ଅଭୟାରଣ୍ୟ କୁ ଜଙ୍ଗଲ ମାଫିଆ ଙ୍କ କବଳରୁ ବଞ୍ଚାଇବାପାଇଁ ମହେନ୍ଦ୍ରା କୁ ନିୟୋଜିତ କରାଯାଇଥିଲା ।ଏଥିପାଇଁ ତାକୁ ୨୦୧୨ ମସିହାରେ ଶିମିଳିପାଳ ରେ ମାଓବାଦୀ ଙ୍କ ପ୍ରବେଶ ସମୟରେ ଆକ୍ରମଣ ର ଶୀକାର ହେବାକୁ ପଡିଥଲା । ଏଥି ସହିତ ଶୀକାରୀ ଙ୍କ ଶର ମଧ୍ୟ ତାର ଦେହରେ କ୍ଷତ ବିକ୍ଷତ ସୃଷ୍ଟି କରିଥିଲା । ତଥାପି ତାର ସାହାସ ପାଇଁ ସିଏ ସମସ୍ତଙ୍କର ପ୍ରିୟ ହୋଇଥିଲା । ଖାଲି ସେତିକି ନୁହେଁ ମଧ୍ୟପ୍ରଦେଶ ର ବନ୍ଧବଗଡ ବ୍ୟାଘ୍ର ସଂରକ୍ଷଣ ରୁ ସାତକୋଶିଆ ଓାଇଲ୍ଡଲାଇଫ ଅଣାଯାଇଥିବା ବାଘୁଣି ସୁନ୍ଦରି କୁ ଜଗିବା ପାଇଁ ମଧ୍ୟ ଶିମିଳିପାଳ ରୁ ମହେନ୍ଦ୍ରା କୁ ସେଠାକୁ ନିଆଯାଇଥିଲା । ପରେ ଜିଲାବାସୀ ଙ୍କ ପକ୍ଷରୁ ଅନେକ ଦାବୀ ପରେ ପୁଣି ମହେନ୍ଦ୍ରା କୁ ଶିମୀଳିପାଳ କୁ ଅଣାଯାଇଥିଲା । ମହେନ୍ଦ୍ରା ଶିମିଳିପାଳ ଅଭୟାରଣ୍ୟ କୁ ବୁଲିବାକୁ ଆସୁଥିବା ପର୍ଯଟକମାନଙ୍କ ପାଇଁ ଏକ ମନୋରଞନ ଥିଲା । ହାତୀ ପିଠିରେ ବସି ବୁଲିବାର ମଜା ନେଉଥିଲେ ପର୍ଯ୍ୟଟକମାନେ । ତାର ଏହି ଅଭୁଲାସ୍ମୃତି କୁ ନେଇ ଖାଲି ବନବିଭାଗ କାହିଁକି ସମଗ୍ର ଜିଲାବାସୀ ତାକୁ ସବୁଦିନ ପାଇଁ ମନେରଖିବେ ।