Kumbh

ମହାକୁମ୍ଭ ୨୦୨୫: ପ୍ରଥମ ଦିନରେ ୧.୫ କୋଟି ଶ୍ରଦ୍ଧାଳୁ କଲେ ମହାସ୍ନାନ

National & International

ନୂଆଦିଲ୍ଲୀ: ଆସ୍ଥାର ମହାପର୍ବ ମହାକୁମ୍ଭ ଜାନୁଆରୀ ୧୩ ସୋମବାରରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି । ଆଜି ପୌଷ ପୂର୍ଣ୍ଣିମାର ଅମୃତ ସ୍ନାନ । ପ୍ରାତଃରୁ ହିଁ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀ ନଦୀର ସଙ୍ଗମରେ ସ୍ନାନ କରୁଛନ୍ତି । ଅନୁମାନ ଥିଲା ଯେ ଆଜି ପ୍ରାୟ ୧ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ୍ସରେ ସୂଚନା ଯେ ଆଜି ଦେଢ କୋଟି ଲୋକ ତ୍ରିବେଣୀରେ ସ୍ନାନର ପୂଣ୍ୟ ଅର୍ଜନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟରେ ଲେଖିଛନ୍ତି, ମାନବିକତାର ମଙ୍ଗଳପର୍ବ ମହାକୁମ୍ଭ ୨୦୨୫ରେ ପୌଷ ପୂର୍ଣ୍ଣିମାର ଶୁଭ ଦିନରେ ସଙ୍ଗମ ସ୍ନାନର ସୌଭାଗ୍ୟ ଲାଭ କରିଥିବା ସମସ୍ତ ସନ୍ଥଗଣ, କଳ୍ପବାସୀ, ଶ୍ରଦ୍ଧାଳୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ପ୍ରଥମ ସ୍ନାନ ପର୍ବରେ ଆଜି ୧.୫୦ କୋଟି ସନାତନ ବିଶ୍ୱାସୀ ଅବିରଳ-ନିର୍ମଳ ତ୍ରିବେଣୀରେ ସ୍ନାନର ପୂଣ୍ୟ ଅର୍ଜନ କରିଛନ୍ତି ।

ଉତ୍ତର ପ୍ରଦେଶ ମୁଖ୍ୟ ସଚିବ ମନୋଜ କୁମାର ସିଂହ କହିଛନ୍ତି ଯେ ମକର ସଂକ୍ରାନ୍ତିର ସ୍ନାନ ଆଜିର ସ୍ନାନଠାରୁ ଆହୁରି ବଡ଼ ହେବ । ଦେଢ ବର୍ଷ ହେଲା ରାଜ୍ୟ ସରକାର ମେଳା ଆୟୋଜନ ପାଇଁ ଗଠିତ ପ୍ରଶାସନ ସହ ମିଶି ପ୍ରସ୍ତୁତି କରୁଥିଲା । ପ୍ରୟାଗରାଜରେ ଏବଂ ୪ ହଜାର ହେକ୍ଟରରେ ବ୍ୟାପ୍ତ ଏହି କ୍ଷେତ୍ରରେ ପ୍ରାୟ ୭ ହଜାର କୋଟି ଟଙ୍କାର କାର୍ଯ୍ୟ କରାଯାଇଛି । ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ଏହି ମହାକୁମ୍ଭରୁ ଭଲ ଅନୁଭୂତି ନେଇ ଫେରିବେ ।