ବାରିପଦା – ସ୍ଥାନୀୟ ରଘୁନାଥପୁରସ୍ଥିତ ପୂର୍ଣ୍ଣଚନ୍ଦ୍ର ମେମୋରିଆଲ ଟ୍ରଷ୍ଟର ତତ୍ତ୍ଵବଧାନରେ ପୂର୍ଣ୍ଣଚନ୍ଦ୍ର ମେଧା ଅନ୍ୱେଷଣ ପରୀକ୍ଷାର ଅଷ୍ଟମ ଶ୍ରେଣୀର ପୁରସ୍କାର ବିତରଣ ସମାରୋହ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟଆର ଅଧକ୍ଷ୍ୟା ଡ଼. ପୁଷ୍ପା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପିତାମାତାଙ୍କ ଦୃଢ଼ ପ୍ରୟାସରେ କିପରି ଛାତ୍ରଛାତ୍ରୀଙ୍କ ଜୀବନ ଗଠନ ହେବ ତା ଉପରେ ଆଲୋକ ପାତ କରିଛନ୍ତି । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ଡ଼. ରାଜକୁମାର ବିଶ୍ଵାଳ, ପୂର୍ଣ୍ଣଚନ୍ଦ୍ର ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ପରିଚାଳକ ତଥା ସଭାପତି ଇଂ ପ୍ରଭାସ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାନ୍ତ, ସହକାରୀ ଅଧ୍ୟକ୍ଷା ଲିପିକା ଦାସ ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତି ରହିଥିଲେ ।
ମୟୂରଭଞ୍ଜ ଜିଲ୍ଲାରୁ ଅଷ୍ଟମ ଶ୍ରେଣୀର ୧୧୪୩ ସଂଖ୍ୟକ ପରୀକ୍ଷାର୍ଥୀ ଏହି ପୂର୍ଣ୍ଣଚନ୍ଦ୍ର ମେଧା ଅନ୍ନେଷଣ ଛାତ୍ରବୃତ୍ତି ପରୀକ୍ଷା ଦେଇ ଥିଲେ ତାଙ୍କ ମଧ୍ୟରୁ ଶ୍ରେଷ୍ଠ ୫୦ ଜଣଙ୍କୁ ପୁରସ୍କୃତ କରାଯାଇଥିଲା । ତାଙ୍କ ମଧ୍ୟରୁ ଯୁବଶକ୍ତି ଉଚ୍ଚ ବିଦ୍ୟାଳୟର ରିତେଶ କୁମାର ଦାସ, ଭଞ୍ଜାକିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଯଶିପୁରର ବିବେକାନନ୍ଦ ମହାନ୍ତ, ପାକଟିଆ ବାଳିକା ଉଚ୍ଚ ବିଦ୍ୟାଳୟର ନନ୍ଦିନୀ ସୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି । ପ୍ରଥମ ପୁରଷ୍କାର ୭୦୦୦ ଟଙ୍କା, ଦ୍ଵିତୀୟ ପୁରଷ୍କାର ୫,୦୦୦ ଟଙ୍କା , ତୃତୀୟ ପୁରଷ୍କାର ୩୦୦୦ ଟଙ୍କା, ୧୭ ଜଣଙ୍କୁ ୧୦୦୦ ଟଙ୍କା ଏବଂ ଅନ୍ତିମ ୩୦ ଜଣଙ୍କୁ ସାନ୍ତ୍ୱନାମୂଳକ ପୁରଷ୍କାର ପ୍ରଦାନ କରାଯାଇଛି । ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ବିଭାଗାଧ୍ୟକ୍ଷ ପ୍ରାଧ୍ୟାପକ ଡ. ଆଦର୍ଶ ଶତପଥୀ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଶିକ୍ଷକ ଚୌଧୁରୀ ଚରଣ ପାତ୍ର ଧନ୍ୟବାଦ୍ ଅର୍ପଣ କରି ଥିଲେ ।