ଭୁବନେଶ୍ବର ୧୧।୧: ଗୋଟିଏ ଦିନ ବଢିଲା ପୁଷ୍ପ ପ୍ରଦର୍ଶନୀ । ଏକାମ୍ର କାନନରେ ଆୟୋଜିତ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ଦିନ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଏ ନେଇ ଘୋଷଣା କଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ତେବେ ୧୧ ତାରିଖରେ ସରିବାକୁ ଥିବା ଏହି ପ୍ରଦର୍ଶନୀ ଗୋଟିଏ ଦିନ ବଢ଼ାଇ ୧୨ ତାରିଖରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଗତ ୭ ତାରିଖରେ ରାଜଧାନୀରେ ଆରମ୍ଭ ହୋଇଥିଲା ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ । ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ପକ୍ଷରୁ ଭୁବନେଶ୍ବର ଏକାମ୍ର କାନନରେ ଆୟୋଜିତ ‘ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ’କୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଦର୍ଶନୀରେ ଅନେକ ପ୍ରକାର ଫୁଲର ସମ୍ଭାର ଦେଖିବାକୁ ମିଳୁଛି । ସର୍ବସାଧାରଣଙ୍କ ନିମନ୍ତେ ଏହି ପ୍ରଦର୍ଶନୀ ୧୨ ତାରିଖ ଯାଏଁ ଖୋଲାରହିବ । ଏହି ପୁଷ୍ପ ପ୍ରଦର୍ଶନୀ ସର୍ବସାଧାରଣ ବିନା ଦେୟରେ ବୁଲିପାରୁଛନ୍ତି ।