Onn 3

ମାଆ ଓ ଦୁଇ ଶିଶୁ ଗୁରୁତର

Crime State

acc

ସୁବଣ୍ଣର୍ପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ମର୍ମନ୍ତୁଦ ଦୁର୍ଘଟଣା । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଗାଡି ଏକ ସ୍କୁଟିକୁ ଧକ୍କା ଦେଇଛି । ଫଳରେ ସ୍କୁଟି ଚାଳକ ମାଆ ଏବଂ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ସୋନପୁର ସହରର ଏକ ଘରୋଇ ସ୍କୁଲରୁ ପରୀକ୍ଷା ଦେଇ ମାଙ୍କ ସହ ଦୁଇ ଶିଶୁ ସ୍କୁଟିରେ ବସି ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି । ସୋନପୁର ସହର ପଟାଭାଡିରୁ ବ୍ଲକ ଛକକୁ ସଯୋଗ ହୋଇଥିବା ବାଇପାସ ରାସ୍ତାରେ ମହିଳା ଜଣକ ସ୍କୁଟି ଚଳାଇ ଆସୁଥିଲେ ।

ହଠାତ୍ ସମ୍ମୁଖରୁ ଆସୁଥିବା ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ମନୋଜ କୁମାର ଅଦାବରଙ୍କ ସରକାରୀ ଗାଡି ଧକ୍କା ଦେଇଥିଲା l ଫଳରେ ଗାଡିରେ ବସିଥିବା ମହିଳା ଇନ୍ଦ୍ରାଣୀ ମହାନନ୍ଦିଆ ଓ ତାଙ୍କର ତାଙ୍କ ଝିଅ ବିଦିଶାରାଣୀ ମହାନନ୍ଦିଆ, ପୁଅ ହେରମ୍ବ ମହାନନ୍ଦିଆ ସ୍କୁଟିରୁ ପଡି ଗୁରୁତର ଭାବେ ଆହତ ହୋଇଥିଲେ l ମାଆ ଏବଂ ଦୁଇ ଶିଶୁ ଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।