Onn 3

ଭିଜିଲାନ୍ସ ରାୟ: ଅବସରପ୍ରାପ୍ତ ପୋଲିସ ଅଧିକାରୀ ଙ୍କୁ ଲାଞ୍ଚ ମାମଲାରେ ଜେଲ ଦଣ୍ଡ ସମେତ ଜୋରିମାନା

State

ବାରିପଦା: ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ଜଜ୍ ଡଃ ପ୍ରସନ୍ନ କୁମାର ପଣ୍ଡା ଏକ ଭିଜିଲାନ୍ସ ମାମଲାର ବିଚାର କରି ମୟୁରଭଞ ଜିଲା ତିରିଙ୍ଗ ଥାନା ର ଅବସରପ୍ରାପ୍ତ ସବଇନ୍ସପେକ୍ଟର ଶରତ ଚନ୍ଦ୍ର ରାୟ ଅଭିଯୁକ୍ତ ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତ ଙ୍କୁ ଦୁର୍ନୀତି ନିରୋଧ ଆଇନ ଧାରା ୧୩ (୨) ରିଡ ଉଇଥ ୧୩(୧)(ଡି)/୭ ପିସି ଆକ୍ଟ ୧୯୮୮ ଅନୁଯାୟୀ ୫ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଅନାଦେୟ ଅଧିକ ୫ ମାସ ସଶ୍ରମ କାରାଦଣ୍ଡ ଏବଂ ୭ ପିସି ଆକ୍ଟ ୧୯୮୮ ଅନୁଯାୟୀ ୩ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ୩ ହଜାରେ ଟଙ୍କା ଜୋରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ସବଇନ୍ସପେକ୍ଟର ଶରତ ଚନ୍ଦ୍ର ରାୟ ଏକ କେସରେ ଅଭିଯୋଗକାରୀ ଙ୍କ ପାଖରୁ ସାତ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ଏଥି ସହିତ ଅଭିଯୁକ୍ତ ଙ୍କ ପେନସନ କୁ ବନ୍ଦ କରିବା ପାଇଁ ଉପରିସ୍ଥ ଅଧିକାରୀ ଙ୍କୁ ଭିଜିଲାନ୍ସ ଅଦାଲତ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଅଛି ।ଅଭିଯୁକ୍ତ ଙ୍କୁ ଭିଜିଲାନ୍ସ ରାୟ ପ୍ରକାଶ ପାଇବା ପରେ ଜେଲ ହାଜତକୁ ପଠାଯାଇଅଛି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଶାନ୍ତନୁ କୁମାର ଦାସ ପରିଚାଳନା କରିଥିଲେ ।