Fsd

ପଣ୍ଡା ଅଳଙ୍କାର ଲୁଟ ଓ ଗୁଳିକାଣ୍ଡ ଘଟଣା, ଦୁଇ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଲେଖାଏଁ ସହାୟତା ରାଶି

State

ଯାଜପୁର : ଯାଜପୁର ରୋଡ଼ ପାଣିକୋଇଲି ସୁନା ଦୋକାନରୁ ଲୁଟ୍ ଘଟଣା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ STF ଟିମ୍ । ଗିରଫ ଦୁଇ ଲୁଟେରାଙ୍କ ମୋବାଇଲ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାରେ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ପ୍ରାଣ ହରାଇଥିବା ସୁନୀଲ ରାୟ ଓ ନୀଳମାଧଵ ପଣ୍ଡାଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁତର ଦୀପକ ସାହୁଙ୍କ ସମସ୍ତ ଚିକତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ସରକାର । ସେପଟେ ନୀଳମାଧବଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶବକୁ ବିରାଟ ପଟୁଆରରେ ଗାଁ ମଶାଣିକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଶବାଧାରାରେ ସାମିଲ ହେଲେ କୋରେଇ ବିଧାୟକ ଆକାଶ ଦାସ ନାୟକ। ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ବିଧାୟକ।

ଗତକାଲି ପାଣିକୋଇଲି ଅଞ୍ଚଳରେ ପଣ୍ଡା ଅଳଙ୍କାର ଦୋକାନରେ ଲୁଟ୍ ବେଳେ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଡକାୟତ ଧରାପଡିଥିବା ବେଳେ ଲୁଟ ସୁନା ଧରି ଚମ୍ପଟ ମାରିଛନ୍ତି ଅନ୍ୟ ଦୁଇ ଡ଼କାୟତ। ଧରାପଡିଥିବା ଅପରାଧୀ ଝାରଖଣ୍ଡ ଓ ବିହାରର ବୋଲି ସୂଚନା ମିଳିଛି।