ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ସାଧାରଣ ବିଦ୍ୟାଳୟରେ 7865 ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି. ଶିକ୍ଷାର ଗୁଣାତ୍ମକ ବୃଦ୍ଧି ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ତାଲିମ ପ୍ରଦାନ କରିବା ପାଇଁ, ଜିଲ୍ଲାସ୍ତରରେ ଗୋଷ୍ଠି ସମ୍ବଳ ଶିକ୍ଷକ ପ୍ରସ୍ତୁତ କରାଯାଇଛି | ଏହି ତାଲିମ ଶିବିର ପାଞ୍ଚ ଦିନ ଧରି ତିନୋଟି ପର୍ଯ୍ୟାୟରେ 4 ତାରିଖ ଠାରୁ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଲାଲବଜ଼ାର ବିଦ୍ୟାଳୟ ଠାରେ ଚାଲୁ ଅଛି | ପ୍ରଥମ ପର୍ଯ୍ୟାୟରେ ତିରିଂ, ବିଜାତଳା, କରଞ୍ଜିଆ,ବିଶୋଇ, ବଡ଼ସାହି, ଶାମାଖୁଣ୍ଟା, ରାସଗୋବିନ୍ଦପୁର, ବାଙ୍ଗିରିପୋଷି ଓ ଯଶିପୁର ବ୍ଲକରୁ 45 ଜଣ ଶିକ୍ଷକ ଓ଼ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରୁଛନ୍ତି | ଜିଲ୍ଳାରୁ 26 ଗୋଟି ବ୍ଲକରୁ 130 ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିବେ |
ଉକ୍ତ ତାଲିମ ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁକ୍ଷ୍ୟ ଅତିଥି ଭାବେ ଯୋଗଦେଇ ଶିବିର ଉଦଘାଟନ କରିଥିଲେ | ଜିଲ୍ଲା ଅନ୍ତର୍ନିବେଶୀ ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ନାୟକ ଶିବିର ପରିଚାଳନା କରିଥିଲେ | ପ୍ରଶିକ୍ଷାତ୍ରୀ ଭାବେ ବାରିପଦାର ଗୋଷ୍ଠି ସମ୍ବଳ ଶିକ୍ଷୟତ୍ରୀ ଶ୍ରୀମତି ରେଖାରାଣୀ ଦାସ, ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୋମ୍ୟ ଦାଶ, କପ୍ତିପଦା ବ୍ଲକ ଅନ୍ତର୍ଗତ ବଡଝାଡ଼ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ସାହୁ ଓ ସୋଲଗଡିଆ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ବେହେରା ଓ ଉଦଳା ବ୍ଲକର ଅନ୍ତର୍ଗତ ମେଣ୍ଢାଖାଇ ସରକାରୀ ଉଚ୍ଚବିଦ୍ୟଳୟର ସହକାରୀ ଶିକ୍ଷକ ଅଜୟ କୁମାର ପଣ୍ଡା ପ୍ରମୁଖ ତାଲିମ ପ୍ରଦାନ କରୁଛନ୍ତି | ଶ୍ରୀ ବୀରେନ୍ଦ୍ର କୁମାର ସାହୁ ଓ ଦିଲୀପ କୁମାର ଦାଶ ପ୍ରମୁଖ ତାଲିମ ପରିଚାଳନାରେ ସହଯୋଗ ପ୍ରଦାନ କରୁଛନ୍ତି |