Odisha Vigilance.jpg

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସ୍‌ଆଇ

Crime State

 

Odisha-Vigilance

ଜୟପୁର: ଭିଜିଲାନ୍ସ ଜାଲରେ ପୁଲିସ ବାବୁ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ  ଧରାପଡିଲେ ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକ। ଜଣେ ବ୍ୟକ୍ତିଙ୍କ ଗାଡି ମୁକୁଳାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚ ଟଙ୍କା ଦେବାବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ଗାଡିଚାଳକଙ୍କୁ ରଙ୍ଗ ବୋଳା ଟଙ୍କା ଦେଇଥିଲା । ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଥିବାବେଳେ ଜୟପୁର ପୁରୁଣା ଏସଡିପିଓଙ୍କ ଆବାସ ଗୃହ ନିକଟରେ ଧରିଥିଲା ଭିଜିଲାନ୍ସ ଟିମ । କେମିକାଲ ପରୀକ୍ଷା ପରେ ଏଏସଆଇ ଅନିଲ କୁମାର ନାୟକଙ୍କୁ ଜୟପୁର ଭିଜିଲାନ୍ସ ଗରିଫ କରିଛି । ଘଟଣାରେ ଦୁଇ ଜଣ ସାକ୍ଷ୍ୟ ନିମନ୍ତେ ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ଜଣେ କିରାଣୀଙ୍କୁ ନେଇଛି ଭିଜିଲାନ୍ସ ଟିମ୍ ।