Onn 3

ଟ୍ରକ୍‌ରେ ପିଟିହେଲା ପିକ୍‌ନିକ୍‌ ବସ୍‌, ୭ ଗୁରୁତର

State

Accident-Logo-in-700x430

ବଲାଙ୍ଗୀର,୨୮ା୧୨:ବଲାଙ୍ଗୀର-ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଗୁରୁବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ପଛରେ ପିକ୍‌ନିକ୍‌ ବସ୍‌ଟି ପିଟି ହେବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସୂଚନାଯୋଗ୍ୟ, ସୋନପୁର ସହରର ଏକ ଘରୋଇ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟର ୪୫ ଜଣ ଛାତ୍ରୀଛାତ୍ର କୋରାପୁଟର ଦେଓମାଳିକୁ ପିକ୍‌ନିକ୍‌ ପାଇଁ ଯାଇ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି।