Ekamara

ଜାନୁୟାରୀ ୫ ରୁ ପାଳିତ ହେବ ଏକାମ୍ର ଉତ୍ସବ-୨୦୨୫

State

ଭୁବନେଶ୍ୱର :  ପାଳିତ ହେବ ଏକାମ୍ର ଉତ୍ସବ 2025  । ଜାନୁୟାରୀ 5 ତାରିଖରୁ ଏହି ଉତ୍ସବ ଆରମ୍ଭ ହୋଇ ଜାନୁୟାରୀ 16 ରେ ଶେଷ ହେବ । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।  ଏକାମ୍ର ଉତ୍ସବରେ ମଧ୍ୟ ପ୍ରବାସୀ ଭାରତୀୟ ଅତିଥିଙ୍କୁ ବୁଲାଇବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ଵିଡିଏ  ।

ଚଳିତ ବର୍ଷ ଏକାମ୍ର ଉତ୍ସବରେ ଫୁଡ ଫେଷ୍ଟିଭାଲ, ପାର୍କ ଉତ୍ସବ, ନାଇଟ ଫ୍ଲେ ମାର୍କେଟ ସହ ଏକାମ୍ର ୱାକ ଆୟୋଜିତ ହେବ ।  ଫୁଡ ଫେଷ୍ଟିଭାଲରେ ଓଡ଼ିଶାର ପାରମ୍ପରିକ ଖାଦ୍ୟର ସମ୍ଭାର ଦେଖିବାକୁ ମିଳିବ ।  ବିଭିନ୍ନ ଓଡ଼ିଆ ଖାଦ୍ୟକୁ ଖାଇବେ ଅତିଥି ।  ସେହିଭଳି ପାର୍କ ଉତ୍ସବରେ ମଧ୍ୟ ସକାଳ 6:30 ରୁ ସକାଳ 9 ଟା ଏବଂ ସନ୍ଧ୍ୟା 4 ଟାରୁ 7 ଟା ପର୍ଯନ୍ତ ଚାଲିବ ।

ସକାଳେ ସମୟରେ ଜୁମ୍ବା ସହ ଯୋଗର ମଜା ନେଇ ହେବ ।  ସେହିଭଳି ସନ୍ଧ୍ୟା ସମୟରେ ପେପର କ୍ରାଫ୍ଟ ସହ ସଙ୍ଗୀତର ମଜା ଉଠାଇ ପାରିବେ ଦର୍ଶକ ।  ଭୁବନେଶ୍ୱରର 5 ଟି ପାର୍କରେ ଏଭଳି ମଜା ଉଠେଇପାରିବେ ଅତିଥି  । ଆଇଜି ପାର୍କ, ମଧୂସୁଦନ ପାର୍କ, ଏପି ଯେ ଅବଦୁଲ କଲାମ ପାର୍କ, ଫରେଷ୍ଟ ପାର୍କ ସହ ବୁଦ୍ଧ ଜୟନ୍ତୀ ପାର୍କରେ ଏଭଳି କାଜ୍ୟକ୍ରମ ଆୟୋଜିତ ହେବ ।

ଆଦିବାସୀ ମେଳାରେ ମଧ୍ୟ ପ୍ରବାସୀ ଭାରତୀୟମାନେ ଆଦିବାସୀ ପରମ୍ପରା ଦେଖିବା ସହ ଆଦିବାସୀ ଖାଦ୍ୟର ମଜା ଉଠାଇବେ  । ସେପଟେ ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀର 8 କିଲୋମିଟର ରାସ୍ତାର ସୁନ୍ଦର ଭାବରେ ଆଲୋକୀକରଣ କରାଯାଇଛି । ବୁଲିବା ପାଇଁ ଡବଲ ଡେକର ବସରେ ସୁବିଧା କରାଯାଇଛି ।  5 ଟି ଡବଲ ଡେକର ବସରେ 28 ଟି ଲୋକସେନରେ ବୁଲିବେ ପ୍ରବାସୀ ଭାରତୀୟ ଅତିଥି  । 3 ଟି ସ୍ୱତନ୍ତ୍ର ରୁଟରେ ବୁଲିବେ ଅତିଥି ।