ପୁରୀ : ପୁରୀରେ ବେଆଇନ୍ ନିର୍ମାଣ ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ । ବେଆଇନ୍ ନିର୍ମାଣ ରୋକିବ ସ୍ୱତନ୍ତ୍ର ସ୍କ୍ୱାର୍ଡ । ପୂର୍ବତନ ସେନା କର୍ମଚାରୀଙ୍କୁ ନେଇ ସ୍କ୍ୱାର୍ଡ ଗଠନ କରାଯାଇଛି । ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୮ଟି ଟିମ୍ ଗଠନ ହୋଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବେଆଇନ୍ ନିର୍ମାଣ ବନ୍ଦ କରିବାକୁ ପ୍ରଥମେ ନୋଟିସ ଦିଆଯିବ ।
ପରେ ଆବଶ୍ୟକ ପଡିଲେ ଉଚ୍ଛେଦ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ସହରରେ ଓ ସମୁଦ୍ରକୂଳରେ ବେଆଇନ୍ ନିର୍ମାଣ ରୋକାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସିଧାର୍ଥ ଶଙ୍କର ସ୍ୱାଇଁ । ରାଜ୍ୟର ଧାର୍ମିକ ସହର ଶ୍ରୀକ୍ଷେତ୍ରରେ ଦିନକୁ ଦିନ ବଢି ଚାଲିଥିବା ବେଆଇନ ନିର୍ମାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ୨୪ ଜଣ ପୂର୍ବତନ ସେନା କର୍ମଚାରୀଙ୍କୁ ନେଇ ଏହି ସ୍କ୍ୱାର୍ଡ ଗଠନ କରାଯାଇଛି ।
ଆପତ୍ତି ବିହୀନ ପ୍ରମାଣପତ୍ର ନଥିଲେ ନିର୍ମାଣ ବନ୍ଦ କରିବ ଏହି ଟିମ । ଏହି ଟିମ ଉଭୟ ପୁରୀ ପୌରପାଳିକା ଓ ପୁରୀ – କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଅଂଚଳରେ ନିର୍ମାଣାଧୀନ ଗୃହଗୁଡିକର କାଗଜପତ୍ର ଯାଞ୍ଚ କରିବ । ବିଶେଷ କରି ଉଭୟ ପୁରୀ ପୌରପାଳିକା ଓ ପୁରୀ – କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳ ଅନ୍ତର୍ଗତ ସିପସରୁବାଲି ,ସମଙ୍ଗ, ଚାରିନଳା, ଚନ୍ଦନପୁର ଓ ବାଲୁଖଣ୍ଡ ମୌଜାରେ ଘର ତିଆରି ହେଲେ ଘର ନକ୍ସା ତିଆରି କରିବାକୁ ଅନୁମତି ନେବାକୁ ପଡିବ ।