Bjd Bandh 750x430

ଦରଦାମ ବୃଦ୍ଧି ପ୍ରସଙ୍ଗ: ରାଜରାସ୍ତାକୁ ଓହ୍ଲାଇବ ବିଜେଡି

State

ଭୁବନେଶ୍ବର: ଦରଦାମ ବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି । ଆସନ୍ତା ଜାନୁଆରୀ ୬ ତାରିଖରେ ରାଜଧାନୀ ରାଜରାସ୍ତାରେ ଦରଦାମ ବୃଦ୍ଧିକୁ ନେଇ ଗର୍ଜିବ । ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବରରେ ମଧ୍ୟ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହେବ  । ଯେଉଁଥିରେ ଲୋକଙ୍କ ସ୍ବାର୍ଥରେ ଲଢିବା ପାଇଁ ମୁଖିଆ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସମସ୍ତ କର୍ମ କର୍ତ୍ତା ସଂକଳ୍ପ ନେବେ ।

ତେବେ ଏନେଇ ବିଜେଡି ପକ୍ଷରୁ ପ୍ରେସମିଟ୍ କରି କୁହାଯାଇଛି ଯେ, ନୂଆ ସରକାର ଗଠନର ୬ ମାସରେ ଦରଦାମ୍ ହୁ ହୁ ହୋଇ ବଢିଚାଲିଛି ।  ଦରଦାମ୍ ନିୟନ୍ତ୍ରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ବିଜେଡି । ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସବୁଥିରେ ବିଫଳ ହୋଇଛନ୍ତି ।  ସୁଭଦ୍ରାର ଏସଓପି ୯ ଦର ବଦଳେଇଲେଣି । ଆଉ ଡିଜେଲ, ପେଟ୍ରୋଲ୍, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁର ଦର ବୃଦ୍ଧି ପାଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ପ୍ରଶାସନିକ ଅଧିକାରୀ ।

ଜାନୁଆରୀରେ ଏନେଇ ଭୁବନେଶ୍ବର ରାଜରାସ୍ତାରେ ଗର୍ଜିବ ବିଜେଡି । ଦରଦାମ୍ ବୃଦ୍ଧି କଥା, ବିଜେପି ପ୍ରତିଶ୍ରୁତି ପାଳନ ନକରିବା ସବୁ ବିଷୟରେ ଲୋକଙ୍କୁ ସଚେତନା କରିବା ନେଇ ବିଜେଡି କହିଛି ।