Img 20241217 Wa0303

ଭଞ୍ଜସେନା ପକ୍ଷରୁ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଙ୍କ ଜୟନ୍ତୀ ପାଳିତ

State

ବାରିପଦା : ଆଜି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ ତମ ଜୟନ୍ତୀ ଅବସରରେ ସବୁ ବର୍ଷ ପରି ଭଞ୍ଜସେନା ତରଫରୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତି ମୂର୍ତିରେ ମାଲ୍ୟାର୍ପଣ କରାଯାଇଅଛି।ଏଥି ସହିତ ମହାରାଜାଙ୍କ ମୟୁରଭଞ୍ଜ ଜିଲ୍ଲା ଏବଂ ସମଗ୍ର ରାଜ୍ୟ ପ୍ରତି ଅତୁଳନୀୟ ଅବଦାନ ଯେପରିକି କଟକର ଏସ ସି ବି ମେଡିକାଲ ହେଉ କିମ୍ବା ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଦି ଗୁଡିକ ସମ୍ବନ୍ଧରେ ଆଲୋଚନା ମାଧ୍ୟମରେ ଆଲୋକପାତ କରାଯାଇଅଛି।ସର୍ବଶେଷରେ ମୟୁରଭଞ୍ଜ ଜିଲ୍ଲାର ପୁରାତନ ଐତିହାସିକ ଯେପରିକି ଜୁବୁଲି ଲାଇବ୍ରେରୀ, ଏମ ପି ସି ଜୁନିଅର କଲେଜ ଭଳି ସ୍ଥାନଗୁଡିକର ରକ୍ଷଣା ବେକ୍ଷଣ ରେ କୌଣସି ଆଞ୍ଚ ଆସିଲେ ଭଂଜସେନା ତରଫରୁ ଆନ୍ଦୋଲଣାତ୍ମାକ ପନ୍ଥା ଅବଲମ୍ବନ କରାଯିବ ବୋଲି ଉପସ୍ଥିତ ସମସ୍ତ କର୍ମୀ ଶପଥ ଗ୍ରହଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଙ୍କ ସହିତ, ଜିଲ୍ଲା ଆବାହକ ରାକେଶ ବେହେରା, ସମ୍ପାଦକ ଜ୍ୟୋତିରଂଜନ ପୃଷ୍ଟି, ସଞ୍ଜୟ ମାହାନା, ପ୍ରଶାନ୍ତ ଦାସ, ବାପି ସିଂ, ସନାତନ ସାହୁ, ପ୍ରଶାନ୍ତ ମହାକୁଡ଼, ସାଫଲ୍ୟ ମିଶ୍ର, ପଙ୍କଜ କରନ୍, ସତ୍ୟରଞ୍ଜନ ପୃଷ୍ଟି, ସମ୍ପଦ ପୃଷ୍ଟି, ପ୍ରଦୀପ ପଣ୍ଡା, ପ୍ରକାଶ ଦାସ, ମନୋରଞ୍ଜନ ସାହୁ, ଗୋବର୍ଦ୍ଧନ ସିଂ,କୁନ୍ଦନ ସିଂ, ଭାଲୁ ସିଂ, ରିଙ୍କୁ ରାୟବାବୁ, ସିତୁ ବାନ, ସାନବାବୁ ସିଂ ଉପସ୍ଥିତ ରହିଥିଲେ ବୋଲି ଜିଲ୍ଲା ମୁଖ ପାତ୍ର ମାନସ ବେହେରା ପ୍ରେସ ଇସତିହାରରେ ଜଣାଇଅଛନ୍ତି।