Image 1734062877

ଦୂତି ଚାନ୍ଦଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍

State

କଟକ: ଅଳ୍ପରେ ବର୍ତ୍ତିଗଲା ଦୌଡରାଣୀ ଦୂତୀ ଚାନ୍ଦଙ୍କ ଜୀବନ। ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ। କଟକ ମଧୁପାଟଣା ଥାନା ନିକଟ ବ୍ରିଜ ତଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଓଭରଟେକ୍ ବେଳେ ଦୂତୀ ଚାନ୍ଦଙ୍କ କାରକୁ ଧକ୍କାଦେଲା ଟ୍ରକ୍। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି।

ଏନେଇ ଥାନାରେ ଅଭିଯୋଗ ପରେ ମଧୁପାଟଣା ପୋଲିସ ଟ୍ରକ ଚାଳକ କ୍ରିଷ୍ଣା ବୈଠାକୁ ଥାନାରେ ଅଟକ ରଖି ତଦନ୍ତ କରୁଛି। ଗତକାଲି ଦୂତି ଜଣେ ବନ୍ଧୁଙ୍କ ସହ ଯାଜପୁରରୁ ନିଜ କାର୍‌ ଯୋଗେ ଭୁବନେଶ୍ୱର ଫେରୁଥିଲେ। ଓଏମପି ଛକ ନିକଟରେ ଏକ ଟ୍ରକ୍ ତାଙ୍କ କାର୍‌କୁ ଧକ୍କା ଦେଇଥିଳା ଟ୍ରକ୍। ଦୁର୍ଘଟଣା ପରେ ଟ୍ରକ୍‌ଟି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲେ ଦୂତି।

କାଠଯୋଡ଼ି ବ୍ରିଜ ପୂର୍ବରୁ ସେ ଟ୍ରକ ଆଗରେ କାର୍ ରଖି ଅଟକାଇଥିଲେ। ଏନେଇ ମଧୁପାଟଣା ଥାନା ପୋଲିସକୁ ଜଣାଇଥିଲେ ଦୂତି। ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି। ଦୂତି ଚାନ୍ଦ ସୁରକ୍ଷିତ ଥିବା ବେଳେ ତାଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି। କାରକୁ ଧକ୍କା ଦେବା ସହ ଟ୍ରକ୍ ଡ୍ରାଇଭର ତାଙ୍କୁ ଗାଳିଗୁଳଜ ସହ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ କରିଛନ୍ତି ଦୂତି।