Gold

ରାଜ୍ୟରେ ୫ ଅଳଙ୍କାର ଦୋକାନ ବିକୁଥିଲେ ନକଲି ସୁନା, ୪ଟି ମାମଲା ସହ ୪୮ ହଜାର ଜରିମାନା ଆଦାୟ

State

ଭୁବନେଶ୍ୱର : ରାଜ୍ୟର ୫ ଅଳଙ୍କାର ଦୋକାନ ବିକୁଥିଲେ ନକଲି ସୁନା । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ନକଲି ହଲମାର୍କ ପାଇଁ ଅମ୍ବିକା ଜୁଏଲର୍ସ ବିରୁଦ୍ଧରେ କୁଚିଣ୍ଡା କୋର୍ଟରେ ମାମଲା ପଞ୍ଜିକୃତ ହୋଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଏବଂ ଚାନ୍ଦି, ସମ୍ବଲପୁରର ଅଳଙ୍କାର ଜୁଏଲର୍ସ ଏବଂ ବରଗଡ଼ର ରାଧାକାନ୍ତ ଜୁଏଲରର ଲାଇସେନ୍ସ ବାତିଲ କରାଯାଇଛି । ସୁନା ଅଳଙ୍କାର ନମୁନାରେ ବିଫଳତା ଯୋଗୁଁ ଲାଇସେନ୍ସ ବାତିଲ କରାଯାଇଛି ।

୨୦୨୨-୨୩ ରେ ମାପକରେ ତ୍ରୁଟି ଯୋଗୁ ୬ ଟି ମାମଲା ରୁଜୁ କରାଯାଇ ୨ଲକ୍ଷ ୩୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ସେହିପରି ୨୦୨୩-୨୪ ରେ ୬ଟି ମାମଲା ରୁଜୁ କରାଯାଇ ୧ ଲକ୍ଷ ୫୫ ହଜାର ଜରିମାନା ଆଦାୟ ହୋଇଛି । ୨୦୨୪-୨୫ ରେ ନଭେମ୍ବର ସୁଦ୍ଧା ୪ଟି ମାମଲା ସହ ୪୮ ହଜାର ଜରିମାନା ଆଦାୟ ହୋଇଛି ବୋଲି । କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି ।