Kv Singh Deo In Assembly 750x430

ଆଳୁ ପାଇଁ ଖର୍ଚ୍ଚ ହୋଇଛି ୬୪ କୋଟି, ଖୋଲିବ ୫୮ ଟି ଶୀତଳ ଭଣ୍ଡାର

State

ଭୁବନେଶ୍ବର: ରବି ଋତୁରେ ଆଳୁ ଚାଷ ପାଇଁ ମୋଟ ୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୫ ହଜାର ୨୩ ହେକ୍ଟର ଜମି ଆଳୁ ଚାଷ କରିବା ପାଇଁ  ଯୋଜନା କରାଯାଇଥିବା ବେଳେ ଆଳୁ ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ।

ଏଥିସହିତ ପୂର୍ବ ସରକାରଙ୍କୁ କଡା ଆକ୍ରମଣ କରିଛନ୍ତି କେଭି । କେଭି କହିଛନ୍ତି, ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ ମାରିଛି । ଆଉ ଏବେ ଆଳୁ ସଙ୍କଟ ଦେଖାଦେଇଥିବା ବେଳେ ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ୍‌ କରୁଛି । ତେଣୁ ଓଡ଼ିଶାରେ ଆଳୁ ଉତ୍ପାଦନ କରି ନିର୍ଭରଶୀଳ ନହେବାକୁ ସରକାର ବଦ୍ଧପରିକର । ଏଥିପାଇଁ ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଖର୍ଚ୍ଚ ହୋଇଛି ।

ଆଳୁର ଅଭାବୀକୁ ଭରଣା କରିବାକୁ ରାଜ୍ୟରେ ବିକଳ୍ପ ଚାଷୀ ବିବିଧକରଣ କରିବାକୁ ବିଚାର କରାଯିବ । ରାଜ୍ୟରେ ଆଳୁ ଚାଷ ଓ ଉତ୍ପାଦନ ବୃଦ୍ଧି କରାଯିବା ଉପରେ ଗୁରୁତ୍ବ ଦିଆଯିବ। ଏବଂ ପ୍ରତିବର୍ଷ ଯେଉଁ ଆଳୁ ଉତ୍ପାଦନ ହେବ ତାକୁ ମହଜୁଦ ରଖିବାକୁ ରାଜ୍ୟରେ ୫୮ଟି ଶୀତଳ ଭଣ୍ଡାର ଖୋଲିବାକୁ ମଧ୍ୟ ଯୋଜନା କରାଯାଉଛି, ଯାହା ଉଭୟ ବିଦ୍ୟୁତ ଓ ସୌର ଶକ୍ତିରେ ଚାଲିବ । ଗୃହରେ ଉଭୟ ବିଧାୟକ ଅଶ୍ବିନୀ ପାତ୍ର ଓ ଗଣେଶ୍ବର ବେହେରାଙ୍କ ଉତ୍ତର ଦେବାକୁ ଯାଇ କନକ ବର୍ଦ୍ଧନ ସିଂଦେଓ ଏହି ଉତ୍ତର ରଖିଛନ୍ତି।