ଭୁବନେଶ୍ବର : ଭୁବନେଶ୍ବର ରାମ ମନ୍ଦିର ପାଖରେ ଥିବା ବ୍ରିଜ ଆଣ୍ଡ ରୁଫ କୋ . ଲିମିଟେଡ଼ରେ ସିବିଆଇ ଚଢ଼ାଉ ମାମଲାରେ ତିନି ଜଣ ଗିରଫ । ଆଦିତ୍ୟ ଦେବ ଇନଫ୍ରା ପ୍ରା. ଲିଃର ଏମଡି ଦେବଦତ୍ତ ମହାପାତ୍ରଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ଅନ୍ୟ ଦୁଇ ଜଣ ହେଲେ ବ୍ରିଜ ଆଣ୍ଡ ରୁଫ୍ ର ଓଡ଼ିଶା ଓ ପଶ୍ଚିମବଙ୍ଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ ଓ ଠିକାଦାର ପ୍ରଦୀପ ମହନ୍ତ । ତିନି ଜଣଙ୍କର ମେଡିକାଲ ଯାଞ୍ଚ ପରେ କୋର୍ଟରେ ହାଜର କରାଯାଇଛି ।
ସର୍ଵ ଭାରତୀୟ ସ୍ତରରେ କମ୍ପାନୀ ଉପରେ ଚଢ଼ଉ ହେଉଛି। ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ଼ ହୋଛି। ଭୁବନେଶ୍ୱର, କଟକ, ଛତ୍ରପୁରରେ ଚାଲିଛି ରେଡ୍। ଦିଲ୍ଲୀ ଓ କୋଲକାତାରେ ମଧ୍ୟ ରେଡ୍ ଚାଲିଛି। ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡ଼ର ମାଲିକ ଦେବ ଦତ୍ତ ମହାପାତ୍ରଙ୍କ ଘର ଓ ଅଫିସ ଉପରେ ମଧ୍ୟ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଛି।
ରେଡ୍ ବେଳେ ଦେବଦତ୍ତଙ୍କ ଘରୁ ମିଳିଛି ଟଙ୍କା, ସୁନା ଓ ଲକର। ଗତକାଲି ରାତିରେ ସିବିଆର ଦୁଇଟି ଟିମ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ହୋଟେଲ ମେ ଫେୟାର ଆଗରୁ ଲକ୍ଷାଧିକ ନଗଦ ଟଙ୍କା ସହ ଧରିଥିଲା। ଏକ ଦାମୀ କାରକୁ ମଧ୍ୟ ଜବତ କରିଥିଲା। ୪ କୋଟିର ଗାଡ଼ିରେ ଲାଞ୍ଚ କାରବାର ହେଉଥିଲା। ଦେଢ଼ଶହ କୋଟି ଟଙ୍କାର ଡିଲ ପାଇଁ ୧୨ ଲକ୍ଷର ଲାଞ୍ଚ କାରବାର ହେଉଥିଲା। ମର୍ସଡିଜ ମେ ବ୍ୟାକ୍ କୁ ଜବତ କରିଥିଲା ସିବିଆଇ।