ବାରିପଦା : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-୨୦୨୪ ଗତକାଲି ଉଦଘାଟିତ ହୋଇଯାଇଛି। ଏହି ପୁସ୍ତକ ମହୋତ୍ସବରେ ସାନ୍ତାଳୀ ସାହିତ୍ୟ ଆଖଡ଼ା ଅଂଶ ଗ୍ରହଣ କରି ଏକ ଷ୍ଟଲ ଖୋଲା ଯାଇଛି। ଉକ୍ତ ସାନ୍ତାଳୀ ଷ୍ଟଲକୁ ପୂର୍ବତନ ଆଇ.ଆର.ଏ.ଏସ. ଅଧିକାରୀ ଶ୍ରୀ ଉଦୟନାଥ ମାଝୀ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଉଦଘାଟନ କରିଥିଲେ । ଏଥିରେ ସାନ୍ତାଳ ଇଂଜିନିୟର କଲ୍ୟାଣ ସଂଘ ସଭାପତି ଇଂ ସୋମନାଥ ହାଁସଦା, ଆଦିମ ଅୱ।ର ଜାରପାର ସଭାପତି ଶ୍ରୀ କାରୁ ମୁର୍ମୁ, ଲେଖକ ଶ୍ରୀ ରାମ୍ବାଇ ହେମ୍ବ୍ରମ୍, ମାଙ୍ଗାତ ମୁର୍ମୁ, କାଳୀଚରଣ ହାଁସଦା, ଶଙ୍କର ମୁର୍ମୁ, ଶ୍ରୀମତୀ ଲକ୍ଷ୍ମୀ ମୁର୍ମୁ, ସାନ୍ତାଳୀ ସାଓଁହେଦ ଆଖଡା ସଭାପତି ଶ୍ରୀମତୀ ମାଳତୀ ମୁର୍ମୁ, ସଂପାଦକ କୈଳାସ ଚନ୍ଦ୍ର ଵାସ୍କେ, ଉପସଭାପତି ଶ୍ରୀମତୀ ସୁପ୍ରଭା କିସ୍କୁ, ଗାୟତ୍ରୀ ମାଝୀ, ସୁରୁକୁନୀ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସାନ୍ତାଳୀ ଷ୍ଟଲରେ ସାନ୍ତାଳୀ (ଅଲଚିକି) ଭାଷା ର ସିଲାବସ ସହିତ ସାନ୍ତାଳୀ ପତ୍ର ପତ୍ରିକା ଆଦି ଉପଲବ୍ଧ ହେଉଛି । ଜନସାଧାରଣ ଏହି ଷ୍ଟଲ ପରିଦର୍ଶନ କରିବା ପାଇଁ ସଭାପତି ଶ୍ରୀମତୀ ମୁର୍ମୁ ଅନୁରୋଧ କରିଛନ୍ତି।