We

ମୟୁରଭଞ୍ଜ ଜିଲ୍ଲା (ପୂର୍ବ )କଂଗ୍ରେସ ମହିଳା ସଭାପତି ଭାବେ ସୁସ୍ମିତା ଘୋଷଲ ନିଯୁକ୍ତି

Politics State

ବାରିପଦା:  ଓଡିଶା ରାଜ୍ୟ କଂଗ୍ରେସ ମହିଳା ସଭାପତି ଶ୍ରୀମତୀ ମିନାକ୍ଷୀ ବାହିନୀପତି ମୟୁରଭଞ୍ଜ ଜିଲ୍ଲା (ପୂର୍ବ) ସଭାପତି ଭାବେ ଆଇନଜୀବୀ ସୁଶ୍ମିତା ଘୋଷାଲ ଙ୍କୁ ନିଯୁକ୍ତି ଦେଇଛନ୍ତି।ଏହି କ୍ରମରେ ଜିଲ୍ଲାର ଲଢ଼ୁଆ ନେତ୍ରୀ ମାଧବୀ ସେନାପତି,ରାଜ୍ୟ ସାଧାରଣ ସମ୍ପାଦିକା,ତଥା ଇତିଶ୍ରୀ ମିଶ୍ର ସମ୍ପାଦିକା ରୂପେ ନିଯୁକ୍ତି ପାଇଛନ୍ତି।ଉକ୍ତ ନିଯୁକ୍ତି ରେ ଶ୍ରୀମତୀ ଘୋଷାଲ ଓ ଶ୍ରୀମତୀ ସେନାପତି ଓ ଇତିଶ୍ରୀ ମିଶ୍ର ରାଜ୍ୟ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ବାହିନୀପତି ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କୁ ଅନ୍ତରରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଶ୍ରୀମତୀ ଘୋଷାଲ ଓ ଶ୍ରୀମତୀ ସେନାପତିଙ୍କ ଦୀର୍ଘ ଅଭିଜ୍ଞତା ଜିଲ୍ଲାରେ ମହିଳା ସଙ୍ଗଠନକୁ ଅଧିକ ସୁଦୃଢ ଓ ଗତିଶୀଳ କରିବ ଏଥିରେ ସନ୍ଦେହ ନାହିଁ।

ଉକ୍ତ ନିଯୁକ୍ତିରେ ଜିଲ୍ଲା ମହିଳା କଂଗ୍ରେସ ବରିଷ୍ଠ ନେତ୍ରୀ ଶ୍ରୀମତୀ ସୁନନ୍ଦା ସାହୁ, ଇନ୍ଦୁମତି ନାୟକ, ଜଲିସ୍ମିତା ଲେଙ୍କା, ୱେହେଦା ଅହମ୍ମଦ, ସୁନିତା ସାହୁ, ରଶ୍ମିତା ମିଶ୍ର, ଶୁଭସ୍ମିତା ବେହେରା, ମୋନିକା ମହାକୁଡ଼, ସୀମାଶ୍ରୀ ପାତ୍ର, ବୁଧୁନି ମହାନ୍ତ, ମଂଜୁଲତା ବେହେରା, ସଂନ୍ଧ୍ୟାରାଣୀ ଦାସ, ସବିତା ପାଲ, କବିତା ବାରିକ ପ୍ରମୁଖ ରାଜ୍ୟ ମହିଳା ସଭାନେତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।