Img 20240311 Wa0186

ପଣ୍ଡିତ ରଘୁନାଥ ମୁର୍ମୁ ଙ୍କୁ ଭାରତ ରତ୍ନ ଦାଵୀରେ ଭଞ୍ଜସେନା ପକ୍ଷରୁ ଗଣଧାରଣା

State

ବାରିପଦା:  ଭାରତବର୍ଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କ ପରି ସର୍ବଭାରତୀୟ ସ୍ତରର ଅଲଚିକି ଭାଷାର ସ୍ରଷ୍ଟା ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ କେନ୍ଦ୍ର ବିଜେପି ସରକାର ଦେଶର ସର୍ବୋଚ୍ଚ ସମ୍ମାନ “ଭାରତ ରତ୍ନ” ପ୍ରଦାନ କରିବା ଦାବୀ ନେଇ ପୂର୍ଵ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ମାର୍ଚ୍ଚ ୧୧ତାରିଖ ଭଞ୍ଜସେନା, ଜିଲ୍ଲା ଆଦିବାସୀ ଶାଖା ପକ୍ଷରୁ ଜିଲ୍ଲା ସଭାପତି ବାଜୁନ ହାଁସଦାଙ୍କ ନେତୃତ୍ୱରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପ୍ରଦର୍ଶନ କରାଯାଇଥିଲା |

ଏହି କାର୍ଯ୍ୟକ୍ରମ ରେ ଢାବୁଲ ନାଚ ସହ ସମଗ୍ର ମୟୁରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ପାଖାପାଖି ପାଞ୍ଚ ଶହ ରୁ ଉର୍ଧ୍ଵ ପ୍ରମୁଖ ଆଦିବାସୀ ପୁରୁଷ ଓ ମହିଳା ସଂଗଠକ ମାନେ ଆଦିବାସୀ ବେଶ ପୋଷାକ ପିନ୍ଧି ସାମିଲ ହୋଇ ଯଥାଶୀଘ୍ର ପଣ୍ଡିତ ରଘୁନାଥ ମୁର୍ମୁ ଙ୍କୁ “ଭାରତ ରତ୍ନ” ସମ୍ମାନ ପ୍ରଦାନ କରିବା ପାଇଁ ଦାବୀ ଉଠାଇଥିଲେ, ଏବଂ ଯଦି କେନ୍ଦ୍ର ବିଜେପି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଦିବାସୀ ବିରୋଧୀ କେନ୍ଦ୍ର ବିଜେପି ସରକାରଙ୍କ ବିରୁଦ୍ଧରେ ଆଗାମୀ ଦିନରେ ଏକ “ବିଶାଳ ଆଦିବାସୀ ମେଳି” କରାଯିବ ବୋଲି ବୈଠକ ରେ ନେତୃବୃନ୍ଦ ମାନେ ଚେତାବନୀ ଦେଇଥିଲେ |

ଆଜିକାର କାର୍ଯ୍ୟକ୍ରମ ରେ ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଂସଦା ଙ୍କ ସମେତ ଜିଲ୍ଲା ଉପାଧ୍ୟକ୍ଷ ଜିତେନ୍ଦ୍ର ହେମ୍ବ୍ରମ, ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁ, କପ୍ତିପଦା ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସଞ୍ଜୟ ହାଁସଦା, ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସାଧାରଣ ସମ୍ପାଦକ ବିଘ୍ନେଶ୍ୱର ବାସ୍କେ,ସୁଭଦ୍ରା ହେମ୍ବ୍ରମ,ରାଇସେନ ମୁର୍ମୁ, ବାବୁଲୁ ସୋରେନ,ସାରଯେନ ହେମ୍ବ୍ରମ, ହିକିମ ମାରାଣ୍ଡି,ଦିପାଲି ଚାପେୟାର,ରାଜେନ ମୁର୍ମୁ, ଭାଗବତ ହେମ୍ବ୍ରମ,ଆଣ୍ଟନି ବାସ୍କେ, ସାବିତ୍ରୀ ହେମ୍ବ୍ରମ,ଶ୍ରୀମତୀ ଟୁଡୁ, ମାମାଲି ଚାପେୟାର,ଭାରତୀ ହାଁସଦା ପ୍ରମୁଖ ସାମିଲ ଥିଲେ |

ଏହା ସହିତ ଭଞ୍ଜସେନା କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ,ଜିଲ୍ଲା ସଭାପତି ପିଣ୍ଟୁ ମାଈତି,ଜିଲ୍ଲା ଉପସଭାପତି ରାକେଶ ମହାନ୍ତି,ଜିଲ୍ଲା ଯୁବ ଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର, ଜିଲ୍ଲା ଯୁବ ଛାତ୍ର ସଂଯୋଜକ ଏସ କେ ରାଜାଖାନ, କପ୍ତିପଦା ଉପଖଣ୍ଡ ଶାଖା ସଭାପତି ରବିନ ମହାନ୍ତି ପ୍ରମୁଖ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |