Fsd

ଧର୍ମପରାୟଣ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ପଟ୍ଟନାୟକଙ୍କ ମହାପ୍ରୟାଣ

State

ବାରିପଦା : ମୟୂରଭଞ୍ଜ ଜିଲ୍ଲl ଗୋରୁମହିଷାଣୀ ଅଞ୍ଚଳର ଧର୍ମପରାୟଣ , ଏବଂ ଗମ୍ଭାରିଆ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ପଟ୍ଟାୟକ(୮୪ )ଙ୍କ ଗୋରୁମହିଷାଣୀ ନିକଟସ୍ଥ ସାନ ମଉଦା ଗ୍ରାମର ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଗୋରୁମହିଷାଣୀ ଅଂଚଳର ଜଣେ ଜଣାଶୁଣା,ଧର୍ମପରାୟଣ , ମିଷ୍ଟଭାଷୀ , ଛାତ୍ର ବତ୍ସଳ, ,ପରୋପକାରୀ,ଆଧ୍ଯାତ୍ମବାଦୀ,ଦରଦୀ ମଣିଷ ଓ ବରିଷ୍ଠ ନାଗରିକ ଥିଲେ । |ତୁରମଙ୍ଗା ଉଚ୍ଚ ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଗୋରୁମହିଷାଣୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରି । ପରବର୍ତ୍ତୀ ସମୟରେ ସ୍ବର୍ଗତ ପଟ୍ଟନାୟକ ବାଇଗଣବଡିଆ ଉଚ୍ଚ ବିଦ୍ୟାଳୟ ଓ ଗମ୍ଭାରିଆ ଉଚ୍ଚ ବିଦ୍ୟାଳୟରେ ସଫଳତାର ସହିତ ପ୍ରଧାନ ଶିକ୍ଷକ ଦାଇତ୍ଵ ନିର୍ବାହ କରି ୨୦୦୦ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ ପରେ ଗୋରୁମହିଷାଣୀ ଅଂଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହିତ ଜଡିତ ଥିଲେ ।ଗୋରୁମହିଷାଣୀ ଗାୟତ୍ରୀ ପରିବାରର ସକ୍ରିୟ ସଦସ୍ୟ ଭାବେ ବେଶ ପରିଚିତ ଥିଲେ । ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ ତାଙ୍କ ନାତି ସିତୁ ପଟ୍ଟନାୟକ ଡାକ୍ତରଙ୍କୁ ପରାମର୍ଶ ନେଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ବର୍ଗତ ପଟ୍ଟନାୟକଙ୍କ ସ୍ତ୍ରୀ ଅବସପ୍ରାପ୍ତ ପ୍ରଧାନ ଶିଷୟିତ୍ରୀ ଦୀପ୍ତି ପଟ୍ଟନାୟକ ବଡପୁତ୍ର ସଞ୍ଜୀବ ପଟ୍ଟନାୟକ ସୀମାନ୍ତ କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ, ତାଙ୍କର ମଧ୍ୟମ ପୁତ୍ର ସ୍ବର୍ଗତ ଜିତୁ ପଟ୍ଟନାୟକ ଜଣେ ସମାଜସେବୀ, ଶିକ୍ଷାବିତ୍ ତଥା ଯାମଦା +୨ କଲେଜର ଅଧ୍ୟକ୍ଷ ଥିଲେ ,କନିଷ୍ଠ ପୁତ୍ର ସେଭେନ ନିଉଜ ଏବଂ ଦର୍ଶନ ଦୈନିକ ଖବର କାଗଜର ସାମ୍ବାଦିକ ସୁଜିତ୍ ପଟ୍ଟନାୟକ, ନାତି ସୀତୁ ପଟ୍ଟନାୟକ ଓ ଲିତୁ ପଟ୍ଟନାୟକ ସମାଜସେବୀ ଭାବେ ଅଞ୍ଚଳରେ ବେଶ ପରିଚିତ । ତାଙ୍କର ଦେହାନ୍ତ ସମୟରେ ତାଙ୍କ ଧର୍ମପତ୍ନୀ ଦୀପା,ପୁଅ, ବୋହୂ,ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ଖବର ପାଇ ଗୋରୁମହିଷାଣୀ ଆଖପାଖ ଅଞ୍ଚଳରେ ଶୋକରେ ଛାୟା ଖେଳି ଯାଇଥିଲା । ଖବର ପାଇ ଜ୍ଞାତି ପରିଜନ, ବନ୍ଧୁବାନ୍ଧବ,ଶୁଭେଛୁ,ଆତ୍ମୀୟ, ବୁଦ୍ଧିଜୀବୀ , ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ ସହ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ ।ଗ୍ରାମ୍ଯ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଅଛି।ବଡ଼ପୁଅ ସଂଜୀବ ମୁଖାଗ୍ନୀ ଦେଇଥିଲେ ।