- ବାଳକ ବିଭାଗରେ ମୟୁରଭଞ୍ଜ ଓ଼ ବାଳିକା ବିଭାଗରେ କଟକ ଚାମ୍ପିୟାନ
ବାରିପଦା : ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ, ଭୂବନେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଷ୍ଟାଡିୟମ, ତକତପୁର ପରିସରରେ ଡିସେମ୍ବର ୨ ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୧୭ ବର୍ଷରୁ କମ ଉଭୟ ବାଳକବାଳିକା ବର୍ଗର ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା, ୨୦୨୪ – ୨୫ ଉଦଯାପିତ ହୋଇଯାଇଛି l ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା, ଭୂବେନେଶ୍ୱରର ସହ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା ଜ୍ୟୋତିପ୍ରସାଦ ପରିଡା ଙ୍କ ମାର୍ଗଦର୍ଶନରେ ଓ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସାଙ୍ଗଠନିକ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ମୟୁରଭଞ୍ଜ, ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇ କ୍ରୀଡାବିତମାନେ ନିଜକୁ ପାଠ ସହ ଖେଳୁଆଡ଼ ମନୋଭାବ ନେଇ ଜାତୀୟସ୍ତରରେ ସୁନାମ ଅର୍ଜନ କରିବା ପାଇଁ ଉପଦେଶ ଦେଇଥିଲେ l ସମ୍ମାନିତ ଅତିଥିଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ନବୋଦୟ ବିଦ୍ୟାଳୟ, ଶାଳବଣି ର କ୍ରୀଡା ପ୍ରଶିକ୍ଷକ ଡ଼ ପ୍ରଦୀପ କୁମାର ଦୋରା ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ l ପ୍ରତିଯୋଗିତାରେ ଚମ୍ପିୟାନ ଭାବେ ବାଳକ ବିଭାଗର ମୟୂରଭଞ୍ଜ ଜିଲ୍ଲା ଓ ବାଳିକା ବିଭାଗରେ କଟକ ଜିଲ୍ଲା ଏବଂ ରନର୍ସଅପ ଭାବେ ବାଳକ ବିଭାଗର ଗଜପତି ଜିଲ୍ଲା ଓ ବାଳିକା ବିଭାଗରେ ଭୂବନେଶ୍ୱର ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲେ l ଅତିଥି ପରିଚୟ ଓ ମଞ୍ଚପରିଚାଳନା ପ୍ରଧାନଶିକ୍ଷକ ସୋମନାଥ ସିଂହ କରିଥିବାବେଳେ ମୟୂରଭଞ୍ଜ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l ପିଇଟି ସୁଧାରଞ୍ଜନ ମହାକୁଡ଼ଙ୍କ ସଂଯୋଜନାରେ ଏମକେସି ଉଚ୍ଚ ବିଦ୍ୟାଳୟ, ବାରିପଦା ର ଛାତ୍ରମାନଙ୍କର ଦ୍ୱାରା ବ୍ୟାଣ୍ଡ କାର୍ଯ୍ୟକ୍ରମ ହୋଇଥିଲା l ସ୍ୱାଗତ ସଂଗୀତ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦାର ଛାତ୍ରୀ ଓ ନୃତ୍ୟ ମହାରାଣୀ ତଖତକୁମାରୀ ଛାତ୍ରୀ ମାନେ ଓଡିଶୀନୃତ୍ୟ ଓ ସମଵେତ ନୃତ୍ୟ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ମୟୂରଭଞ୍ଜ ଜିଲ୍ଲା ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ, ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, ପିଇଟି ମାନେ, ପୋଲିସ ଅଧିକାରୀ, ଚିକିତ୍ସା ଅଧିକାରୀ, ଦମକଳବାହିନୀ ସହଯୋଗ କରିଥିଲେ l ଗୌତମ ଦାସ ଓ଼ ଦୀପକ ରାମ ଧାରବିବରଣୀ ପ୍ରଦାନ କରିଥିଲେ I