ଭୁବନେଶ୍ବର: ପାନୀୟ ଜଳ ପ୍ରକଳ୍ପ କାମ ପୂରା ନକରିବାରୁ ହାରିଲେ ବିଧାୟକ । ଜନ ଆକ୍ରୋଶର ଶିକାର ହେଲେ । ଆଜି ପାନୀୟ ଜଳ ପ୍ରକଳ୍ପ ନେଇ ଗୃହ ସରକଗରମ ରହିଥିବା ବେଳେ କିଛି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ବରିଷ୍ଠ ବିଧାୟକ ବଦ୍ରି ପାତ୍ର ।
ଏନେଇ ବଦ୍ରି କହିଛନ୍ତି, ପାନୀୟଜଳ କଷ୍ଟ, ଆକ୍ରୋଶରେ ପରିଣତ ହେଲା । ଆଉ ସେହି ଆକ୍ରୋଶର ଶିକାର ହୋଇ ନିର୍ବାଚନ ହାରିଛନ୍ତି କିଛି ବିଜେଡି ବିଧାୟକ । ଯେଉଁମାନେ କମ୍ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନସରିବା ଏହାର ମୁଖ୍ୟ କାରଣ । ନିଜେ ଏହା ଗତ ନିର୍ବାଚନର ଅନୁଭବ କରିଛି ବୋଲି ଗୃହରେ କହିଛନ୍ତି ଘସିପୁରା ବିଧାୟକ ବଦ୍ରି ପାତ୍ର । ଯେଉଁମାନେ କମ୍ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନସରିବା ଏହାର ମୁଖ୍ୟ କାରଣ । ଯାହାକି ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ନିର୍ବାଚନ ପୂର୍ବରୁ ପ୍ରକଳ୍ପ ସରିବ । କିନ୍ତୁ ନସରିବାରୁ ଲୋକଙ୍କ ଆକ୍ରୋଶ ବଢ଼ିଲା ବୋଲି ଗୃହରେ ବୟାନ ରଖିଛନ୍ତି ବଦ୍ରି ।
ତେବେ ପାନୀୟ ଜଳକୁ ନେଇ ବିଭାଗୀୟ ମନ୍ତ୍ରୀ ରବି ନାଏକ କହିଛନ୍ତି, ରାଜ୍ୟରେ ଏବେ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛ । ଏଥିମଧ୍ୟରୁ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ନିର୍ମାଣାଧୀନ ୧୯୧ ପାନୀୟ ଜଳ ପ୍ରକଳ୍ପ ୩ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ୨୦୨୫ ମାର୍ଚ୍ଚ ସୁଦ୍ଧା ୫୬ଟି, ଡିସେମ୍ବର ସୁଦ୍ଧା ୫୪ଟି ସରିବ ଆଉ ବାକି ୮୧ଟି ପ୍ରକଳ୍ପ ୨୦୨୫ ଜୁନ୍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ କିଛି ଏପରି ଉତ୍ତର ରଖିଛନ୍ତି ମନ୍ତ୍ରୀ ।