Images

ରତ୍ନଭଣ୍ଡାରର ତୁରନ୍ତ ମରାମତି ନେଇ ଏଏସଆଇକୁ ଚିଠି

State

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ତୁରନ୍ତ ମରାମତି ନେଇ ଏଏସଆଇକୁ ଚିଠି । ଏଏସଆଇକୁ ଚିଠି ଲେଖି ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ । ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ମିଳିବା ପରେ ଚିଠି ଲେଖିଲା ପ୍ରଶାସନ । ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ସହ ମରାମତି ବେଳେ ଯେପରି ଶ୍ରୀଜିଉଙ୍କ ନୀତିକାନ୍ତି, ଶ୍ରଦ୍ଧାଳୁଙ୍କ ଦର୍ଶନ ପ୍ରଭାବିତ ନହେବ ସେଥି ପ୍ରତି ମଧ୍ୟ ଗୁରୁତ୍ୱ ଦେବାପାଇଁ ଚିଠି ଉଲ୍ଲେଖ କରିଛି ମନ୍ଦିର ପ୍ରଶାସନ । ଏଥିସହ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ହାତକୁ ନେବାକୁ ଏଏସଆଇକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ସୂଚନାଯୋଗ୍ୟ, ଏଏସଆଇ ଦ୍ୱାରା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯେଉଁ ଜିପିଆର୍‌ ସର୍ଭେ ହୋଇଥିଲା, ତାର ବୈଷୟିକ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଥିଲା । ରିପୋର୍ଟରେ ଶ୍ରୀମନ୍ଦିର ସୁରକ୍ଷାକୁ ସଦାସର୍ବଦା ଗୁରୁତ୍ୱ ଦିଆଯାଇଛି। ପୂର୍ବରୁ ମଧ୍ୟ ବୈଷୟିକ ରିପୋର୍ଟ ଆଧାରରେ ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାକୁ ଏଏସ୍‌ଆଇକୁ ଚିଠି ଲେଖି ଅନୁରୋଧ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।

ତେବେ ରାଜ୍ୟ ସରକାରଙ୍କ ଏସ୍‌ଓପି ଆଧାରରେ ଜୁଲାଇ ୧୪ ଓ ୧୮ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇସାରିଛି। ଏହା ପରେ ସଂରକ୍ଷଣ ଓ ଆବଶ୍ୟକ ମରାମତି ହେବାର ଥିଲା। ଏଣୁ ରାଜ୍ୟ ସରକାର, ଉଚ୍ଚସ୍ତରୀୟ ରତ୍ନଭଣ୍ଡାର ଯାଞ୍ଚ କମିଟି ଓ ପରିଚାଳନା କମିଟିଙ୍କ ପରାମର୍ଶକ୍ରମେ ଏଏସ୍‌ଆଇ ପକ୍ଷରୁ ଏନ୍‌ଜିଆର୍‌ଆଇ ଜରିଆରେ ରତ୍ନଭଣ୍ଡାରର ବୈଜ୍ଞାନିକ ପଦ୍ଧତିରେ ସର୍ଭକ୍ଷଣ କରାଯାଇଥିଲା।